୨୭୫୨ ଅମାନିଆ ଗଣିଲେ ତଣ୍ଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସ କରୋନା ନିୟନ୍ତ୍ରଣ ତଥା ଅମାନିଆଙ୍କୁ ସାବାଡ କରିବାଲାଗି ଏବେ ସକ୍ରିୟ ହୋଇପଡିଛି । ଗତକାଲି ପୋଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟଙ୍କ ନିର୍ଦ୍ଦେଶକ୍ରମେ କମିଶନରେଟ୍ ପୋଲିସ ବିଭିନ୍ନ ହାଟ ବଜାର, ସହର ଜନଗହଳି ପୂର୍ଣ୍ଣ ସ୍ଥାନରେ ଭିଡ ଏଡାଇବା ଏବଂ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରିବା ତନଖିକରିଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ୨୭୫୨ ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି । କୋଭିଡ୍ କଟକଣା ମାନୁ ନଥିବା ଅଭିଯୋଗରେ ଭୁବନେଶ୍ୱରର ୧୯ଟି ଦୋକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପିି ଉମା ଶଙ୍କର ଦାସ କହିଛନ୍ତି । ଭୁବନେଶ୍ୱର- କଟକ ଟ୍ୱିନ୍ସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡାକଡି କରିବା ପାଇଁ ଅଂଟା ଭିଡିଛି କମିସନରେଟ ପୋଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏ ନେଇ ନିଦେ୍ର୍ଧଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୋଲିିସ । ଦୋକାନଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଯାଞ୍ଚ ବେଳେ ପୋଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋନାକରେ ଅଧିକ ଭିଡ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୋଲିସ କମିସନର । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯାଉଥିବା ଜଣାଯାଇଛି । ତେବେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖ୍ô ନିୟମ ପାଳନ କରିବାକ ଅପିଲ୍ କରିଛନ୍ତି ପୋଲିସ କମିସନର ।

Leave A Reply

Your email address will not be published.

sixteen + fifteen =