ଭୁବନେଶ୍ୱର- ଅମ୍ଫାନ ବାତ୍ୟା ଯୋଗୁ ରାଜ୍ୟର ୮୯ଟି ବ୍ଳକ,୧୫୦୦ ଗ୍ରାମପଂଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏତଦ ବ୍ୟତିତ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥି ସହ ୨୧୦ଟି ମେଡିକାଲ ଟିମ ଓ ୭୫ ପଶୁ ଡାକ୍ତରୀ ଟିମକୁ ପ୍ରଭାବିତ ଅଂଚଳକୁ ପଠାଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ୮୦ ପ୍ରତିଶତ ବିଦୁ୍ତ ସଂଯୋଗ ଦିଆଯିବା ସହ ଗମାନ ଗମାନ ସ୍ୱଭାବିକ ହେବ ।ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ସଚିବ ରାଜୀବ ଗୌାହାଙ୍କ ସହ ଏହି ବଷୟରେ ଆଲୋଚନା କରିଛନ୍ତି ।କୃଷି ସଚିବ ,ପଂଚାୟତରାଜ. ଶକ୍ତି ସଚିବ ଓ ସ୍ୱତନ୍ତ୍ର ରିଲିଫ କିମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।