ଦେବାଳିଆ ଆଇନ ସଂଶୋଧନ ବିଲ୍-୨୦୨୦ ରାଜ୍ୟସଭାରେ ଗୃହିତ

ନୂଆଦିଲ୍ଲୀ: ଦେବାଳିଆ ଆଇନ ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୦ ଶନିବାର ରାଜ୍ୟସଭାରେ ପାସ୍ ହୋଇଛି । ୨୦୧୬ ଦେବାଳିଆ ଆଇନରେ ଏହି ବିଲ୍ କିଛି ସଂଶୋଧନ ଆଣିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ । ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି , ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ । ଏହ ବିଲ୍ ଦେବାଳିଆ ସଂଶୋଧନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଳାଗୁ ହେବ । ସେହି ଅଧ୍ୟାଦେଶ ଗତ ଜୁନ୍ ମାସରେ ଜାରି ହୋଇଥିଲା । ତେବେ ଗତ ମାର୍ଚ୍ଚ ୨୫ ତାରିଖ ପରଠାରୁ ଯେଉଁମାନେ ଋଣ ଖିଲାପ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦେବାଳିଆ ଆଇନ ଲାଗୁ କରାଯିବ ନାହିଁ ବୋଲି ଏହି ସଂଶୋଧନରେ ଉଲ୍ଲେଖ ରହିଛି । କେନ୍ଦ୍ର ସରକାର ଏହି ସମୟସୀମାକୁ ବିଜ୍ଞପ୍ତି ଜାରି ମାଧ୍ୟମରେ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । ଏହି ଆଲୋଚନାରେ ଅଂଶ ଗ୍ରହଣ କରି , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ , ଦେବାଳିଆ ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ବିଲ୍ ଯୋଗୁଁ କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ବିବାଦର ସମାଧାନ ପାଇଁ ଜାତୀୟ କମ୍ପାନି ଆଇନ ଟ୍ରିବୁ୍ୟନାଳ-ଏନସିଏଲଟିକୁ ଯିବାକୁ ପଡ଼ିବ ନାହିଁ ।ସେ କହିଛନ୍ତି କୋବିଡ଼-୧୯ କୁ ଦୃଷ୍ଟିରୁ ବ୍ୟବସାୟିକ ସଂସ୍ଥାଗୁଡିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ସଂଶୋଧନ ଅଣାଯାଇଛି । ଦେବାଳିଆ ଆଇନ ପରିଶୋଧ ହୋଇପାରୁ ନଥିବା ଋଣ ଗୁଡିକର ଆଦାୟରେ ବ୍ୟବସାୟିକ ବ୍ୟାଙ୍କଗୁଡିକୁ ବହୁମାତ୍ରାରେ ସାହାର୍ଯ୍ୟ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୨୦୧୮-୧୯ରେ ୪୨.୫ % ବକେୟା ଋଣ ଆଦାୟ ହୋଇ ପାରିଛି ତେଣୁ ଏ ବାବଦରେ ୭୭ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ ଚକରାଯାଇଛି । ନିଯୁକ୍ତି କ୍ଷେତ୍ରରେ ୨୫୮ଟି କମ୍ପାନିକୁ ସହାୟତା କରାଯାଇଥିବା ମଧ୍ୟ ସେ ଜଣାଇଛନ୍ତି । ରାଜ୍ୟସଭାରେ ଏ ସଂକ୍ରାନ୍ତିୟ ବିତର୍କ ଆରମ୍ଭ କରି କଂଗ୍ରେସର ବିବେକ ତନଖା ବିଲ୍ର ବିଭିନ୍ନ ନିୟମ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ଓ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ସେଗୁଡିକର ପୂନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଦେବାଳିଆ ଆଇନର ଅନେକ ନିୟମ ବଡ଼ବଡ଼ କମ୍ପାନିମାନଙ୍କୁ ଲାଭ ପହଂଚାଇବ ଓ ଛୋଟଛୋଟ କମ୍ପାନି ଏବଂ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ କ୍ଷତି ପହଂଚାଇବା । ଟିଏମସିର ଦିନେଶ ତ୍ରିବେଦୀ କହିଛନ୍ତି , ଏହି ବିଲକୁ ଏତେ ତରବରିଆ ଭାବେ ଉପସ୍ଥାପନ କରିବା ଉଚିତ ନଥିଲା , ଏହାର ଉପସ୍ଥାପନ କରାଯିବା ପୂର୍ବରୁ ସବୁ ପକ୍ଷଗୁଡିକ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାର ଥିଲା । ସାଧାରଣ ଓ ଗରିବ ଲୋକଙ୍କ ହାତରେ ସରକାର ଅର୍ଥ ଦେବାକୁ ସେ ମତାମତ ଦେଇଥିଲେ ଯାହାଫଳରେ ଦେଶରେ ଚାହିଦା ବଢ଼ିବା ସହ ସରକାରଙ୍କୁ ଟିକସ ମିଳିପାରିବ । ସମାଜବାଦୀ ପାର୍ଟିର ରବି ପ୍ରସାଦ ବର୍ମା କହିଥିଲେ, ପରିଶୋଧ ହୋଇପାରି ନଥିବା ଋଣ ପରିମାଣ ବୃଦ୍ଧି ପାଇପାରିବାରେ ଲାଗିଛି ଓ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏନସିପିର ପ୍ରଫୁଲ୍ଲ ପଟେଲ କହିଥିଳେ , ଋଣ ପରିଶୋଧ ସହ ସଂପୃକ୍ତ କର୍ମଚାରୀମାନଙ୍କୁ ସମସ୍ତ କ୍ଷମତା ହସ୍ତାନ୍ତର କରାଯାଇ ନଥିବାରୁ ଏହା ଦ୍ୱାରା ସମାଧାନ ସମୟରେ ଦୁର୍ନୀତି ଘଟୁଛି । ସେହିପରି ଶିବସେନାର ଅନୀଲ ଦେଶାଇ କହିଥିଲେ କୋଭିଡ ସଂକ୍ରମଣ ସମୟରେ ଅସାଧୁ ବ୍ୟକ୍ତିମାନେ ଯେପରି ସାଧାରଣ ଲୋକଙ୍କୁ ଠକି ନ ପାରିବେ , ସରକାର ତାହା ନିଶ୍ଚିତ କରିବା ଉଚିତ । ଅନ୍ୟପକ୍ଷରେ ବିଜେପିର ଅରୁଣ ସିଂହ, ଦେବାଳିଆ ଆଇନକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଏନଡିଏ ସରକାରଙ୍କ ଅମଳରେ ବ୍ୟବସାୟ ସୁଗମତା ତାଲିକାରେ ଭାରତର ସ୍ଥାନରେ ଉନ୍ନତି ଘଟିଛି ।

Leave A Reply

Your email address will not be published.

7 + 12 =