ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଂଗପୁର : ନବରଂଗପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ  ପ୍ରସ୍ତୁତି କରାଯାଇଥିବା ବଳେ ସୁରକ୍ଷା ବ୍ୟବସ୍ଥାକୁ  କଡାକଡି କରା ଯାଇଛି। ବିମାନ ଯୋଗେ ରାଜ୍ୟପାଳ ଜୟପୁରରେ ପହଞ୍ଚିବା ପରେ ସେଠାରୁ ନବରଙ୍ଗପୁର ଜିଲ୍ଲା  ପାପଡାହାଣ୍ଡି ବ୍ଳକର ଶିରିଶିଠାରେ ଏଫପିଓର ୨୫୦ଜଣ ଚାଷୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ପରେ। ସେଠାରୁ ରାଜ୍ୟପାଳ ତଣ୍ଡାଗୁଡାଯାଇ ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ଆଲୋଚନା କରିଥିଲେ । ପରେ ଦଳେଇଗୁଡାର ଅଙ୍ଗନବାଡିକୁ ଯାଇ ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିଭାବକ ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ସେଠାରୁ  ପ୍ରଧାନୀଗୁଡା ଗାଁରେ ପହଞ୍ଚି ବଟନ ଛତୁ ୟୁନିଟ ପରିଦର୍ଶନ ପରେ ପ୍ରଧାନୀଗୁଡା ରୁ ଡୁମାଗୁଡାଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା, ସେମଲା ଗାଁରେ ମାତୃଶକ୍ତି ଉତ୍ପାଦକ ଉଦ୍ୟୋଗର ଶିଆଳି ପତ୍ରରେ ଖଲି ତିଆରି କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ । ମଧ୍ୟାହ୍ନ ରେ ନବରଙ୍ଗପୁର ସର୍କିଟ ହାଉସ୍‌ରେ ବିଶ୍ରାମ ନେଇ ଅପରାହ୍ନରେ ଗୁମ୍ମାଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର, ଆଶା, ସ୍ବାସ୍ଥ୍ୟକର୍ମୀ ଓ ରୋଗୀଙ୍କ ସହଆଲୋଚନା କରି,ତାରାଗାଁରେ ମାଛ ଯାଆଁଳ କେନ୍ଦ୍ର ପରିଦର୍ଶନ । ପୁଣି ତାରାଗାଁ ରୁ ଟିରିଲିଆମ୍ବଗୁଡା ସ୍ଥିତ ଅନ୍ଵେଷା ଛାତ୍ରାବାସ ଅନ୍ତେବାସୀଙ୍କ ସହ ଆଲୋଚନା ଏବଂ ସନ୍ଧ୍ୟା ୫ଟା ୪୦ରେ ନବରଙ୍ଗପୁରର ଅଧିଷ୍ଠାତ୍ରୀଦେବୀ ମା’ ଭଣ୍ଡାରଘରଣୀଙ୍କ ଦର୍ଶନ କରି ସାରିବା ପରେ ସନ୍ଧ୍ୟା ୬ଟା୧୦ରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗସ୍ତ କରିଛନ୍ତି ।

Leave A Reply

Your email address will not be published.

20 − 2 =