ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲିକୁଦା: ଚାଷ ସମୟରେ ୟୁରିଆ ସାରର ଘୋର ଅଭାବ ସାଙ୍ଗକୁ ଚଢା ଦରରେ ସାର ବିକ୍ରି କରାଯିବା, ଫୋନିରେ କ୍ଷତିଗ୍ରସ୍ତ ଚାଷୀ ମାନେ ସେମାନଙ୍କ କ୍ଷତି ପୁରଣ ନ ପାଇବା ଓ ସର୍ବୋପରେ କାଳିଆ ଯୋଜନା ଅର୍ଥ ସବୁ ଚାଷୀଙ୍କୁ ନ ମିଳିବା ପ୍ରତିବାରେ ଆଜି ନବ ନିର୍ମାଣ କୃଷକ ସଂଗଠନ ବାଲିକୁଦା ଶାଖା ପକ୍ଷରୁ ବାଲିକୁଦା କୃଷି କାର୍ଯ୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା ।
ଏହି ଅବସରରେ ଗଙ୍ଗାଧର ଖଟୁଆଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବ୍ଲକ ସଂଯୋଜକ ରଘୁନାଥ ନାୟକ, ଜିଲ୍ଲା କମିଟି ସଦସ୍ୟ ବାବାଜୀ ଜେନା, ଜିଲ୍ଲା ସଂଯୋଜକ ଦୂର୍ଗାଚରଣ ସ୍ୱାଇଁ, ବ୍ଲକ ସହ ସଂଯୋଜକ ମିଟୁ ଦାସ, ରଶ୍ମିରଂଜନ ରଥ, ବିଜୟ କିଶୋର ବିଶ୍ୱାଳ, ରବୀନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ମହାନ୍ତି, ଦେବାଶିଷ ଦାସ, ବିଭୁତି ପରିଡ଼ା, ବୈକୁଣ୍ଠ ବିଶ୍ୱାଳ, ଅଶୋକ ସ୍ୱାଇଁ ପ୍ରମୁଖ ଯୋଗଦେଇ ସରକାର ଓ ବିଭାଗ ଉପରେ ବର୍ଷିଥିଲେ ।
ପରେ କୃଷି ଜିଲ୍ଲା ଅଧିକାରୀ ଅଜୟ ସେନାପତି, ମୁଖ୍ୟାଳୟ ସହ କୃଷି ଅଧିକାରୀ ପ୍ରଭାସ କୁମାର ପଣ୍ଡା ବ୍ଲକ କୃଷି ଅଧିକାରୀ ବଳଦେବ ମହାପାତ୍ର, ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ମାଛଗାଁ ସହକୃଷି ଅଧିକାରୀ ଯୁଗସ୍ମିତା ପାତ୍ର ପ୍ରମୁଖ ଆନେ୍ଦାଳନକାରୀ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦାବି ପତ୍ର ଗ୍ରହଣ କରିଥିଲେ ।
ଅନ୍ୟ ପକ୍ଷରେ ଦାବି ମୁତାବକ ପଦକ୍ଷପ ଗ୍ରହଣ କରାଯିବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ସଂଜୟ ଭୋଳ, ବୀରବର ସେନାପତି, ଶରତ ମହାନ୍ତି, ଅଜୟ ଦାସ, ଜୟୀରାମ ସ୍ୱାଇଁ, ସରୋଜ ସାହୁ, ମୁରଲିଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =