ରାଜ୍ୟସଭାରେ କୃଷି ବିଲ୍ ଆଗତ : ବିଜେଡି ସମେତ ବିଭିନ୍ନ ଦଳର ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରବିବାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ପୁରୁଣା ସହଯୋଗୀମାନଙ୍କ ଅସନ୍ତୋଷ ତଥା ଚାଷୀଙ୍କ ସମେତ ବିରୋଧୀଙ୍କ ଦଳର ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲ୍ ଉପରେ ରାଜ୍ୟସଭାରେ ଆଲୋଚନା ଜାରି ରହିଛି । ଲୋକସଭାରେ ପାରିତ ହୋଇଥିବା ବିଲକୁ ରାଜ୍ୟସଭାରେ ପାସ୍ କରିବା ସରକାରଙ୍କ ପାଇଁ ଏକ ଆହ୍ବାନ ପାଲଟିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନା ଏବଂ ଏନସିପି ନେତାଙ୍କ ସହ ଟେଲିଫୋନରେ କଥା ହୋଇ ବିଲ ପାସ୍ ନେଇ  ସହାୟତା ଲୋଡିଛନ୍ତି । ଗୃହରେ ଆଲୋଚନା ବେଳେ କଂଗ୍ରେସ ଏହି ବିଲ କୃଷକଙ୍କ ମୃତ୍ୟୁର କାରଣ ପାଲଟିବ ବୋଲି କହିଛି।

Leave A Reply

Your email address will not be published.

two × four =