କୋଭିଡ କମାଇଲା ୯ ବର୍ଷ ଯାଏ ଜୀବନ ଧାରଣ କ୍ଷମତା

ନୂଆଦିଲ୍ଲୀ: କରୋନା ଭୂତାଣୁ ଲୋକମାନଙ୍କର ଜୀବନଧାରଣ କ୍ଷମତା ଯଥେଷ୍ଟ ପ୍ରଭାବିତ କରିବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି । ଏହି ଘାତକ ଭୂତାଣୁର ପ୍ରକୋପ ଯୋଗୁଁ ପୃଥିବୀର ବିଭିନ୍ନ ସ୍ଥାନରେ ଲୋକଙ୍କର ଜୀବନ ଧାରଣ କ୍ଷମତା ଏକରୁ ନଅ ବର୍ଷ ଯାଏ କମିଯିବ ବୋଲି ଅତି କମ୍ରେର ତିନିଟି ଦେଶର ଗବେଷକମାନେ କହିଛନ୍ତି ।
ପ୍ରତି ଦେଶର ଜୀବନ ଧାରଣ କ୍ଷମତା ଉପରେ ନିର୍ଭର କରି ଏପରି ହ୍ରାସ ଆକଳନ କରାଯାଇଛି ବୋଲି ଉକ୍ତ ଗବେଷକମାନେ କହିଛନ୍ତି । ପ୍ଲସ୍ ୱାନ୍ ପତ୍ରିକାରେର ପ୍ରକାଶିତ ସେମାନଙ୍କ ଗବେଷଣାର ବିବରଣୀ ଅନୁଯାୟୀ, କୋଭିଡ-୧୯ର ପ୍ରାଦୁର୍ଭାବ ବଳବତର ରହିବା ଉପରେ ଏହି ଜୀବନ ଧାରଣ ଅବଧିର ହ୍ରାସ ନିର୍ଭର କରୁଥିବା ସ୍ପଷ୍ଟ ହୋଇଛି ।
ସାଂଘାଇ ବିଶ୍ୱବିଦ୍ୟାଳୟ, ଆଷ୍ଟ୍ରଆର ଇଂଟରନାସନାଲ୍ ଇନ୍ଷ୍ଟିଚୁ୍ୟଟ୍ଅଫ୍ ଆପ୍ଲାଏଡ଼ ସିଷ୍ଟମ୍ ଆନାଲିସିସ୍ ଓୟୁକେର ଇଷ୍ଟ୍ ଆଙ୍ଗିଆ ବିଶ୍ୱବିଦ୍ୟାଳୟର ଏହି ଗବେଷକମାନଙ୍କ ମତାନୁସାରେ ଉତର ଆମେରିକା, ୟୁରୋପ, ଲାଟିନ୍ ଆମେରିକା ଓ କାରବୀୟ ଦେଶରେ କୋଭିଡର ପ୍ରକୋପ ୧୦ ପ୍ରତିଶତ ରହିଥିବାା ସମୟରେ ଜନ୍ମ ବେଳେ ଏହି ଜୀବନ ଧାରଣ କ୍ଷମତାରେ ହ୍ରାସ ଏକ ବର୍ଷରୁ ଅଧିକ ରହିଛି । ସେହିପରି ଦକ୍ଷିଣପୂର୍ବ ଏସିଆ ଓ ଉପସାହାରା ଆଫ୍ରିକୀୟ ଦେଶରେ କୋଭିଡର ପ୍ରକୋପ ଯଥାକ୍ରମେ ୧୫ ପ୍ରତିଶତ ଓ ୨୫ ପ୍ରତିଶତ ବଳବତର ଥିବା ବେଳେ ସେହି ଏକ ବର୍ଷରୁ ଅଧିକ ଜୀବନ ଧାରଣ କ୍ଷମତାରେ ହ୍ରାସ ଘଟୁଛି ।
ଏହି ମାନକକୁ ବିଚାର କରି ଗବେଷକମାନେ କୋଭିଡର ପ୍ରାଦୁର୍ଭାବ ଅଧିକ ଥିଲା ବେଳେ ଜୀବନ ଧାରଣ ଅବଧିରେ ହେବାକୁ ଥିବା ହ୍ରାସ ବାହାର କରିବାରେ ସମର୍ଥ ହୋଇଛନ୍ତି ।

Leave A Reply

Your email address will not be published.

1 × 2 =