ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଣ ହାରାଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୨, ଖୋର୍ଦ୍ଧା, ନୟାଗଡ, ନବରଙ୍ଗପୁର, କନ୍ଧମାଳ, ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୦ରେ ପଂହଚିଛି ।