ମୁମ୍ବାଇରେ କୋଠା ଭୁଷୁଡି ୧୧ମୃତ୍ୟୁ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବାଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତମାନ ମଧ୍ୟ ସ୍ଥାନୀୟ ଲୋକେ ଓ ଏନଡିଆରଏଫ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋଠା ଭିତରେ ଆହୁରି ୨୦ ରୁ ଅଧିକ ଲୋକେ ଫସି ରହିଥିବା ଜଣାପଡିଛି । ସୁଚନାନୁସାରେ ଏହି କୋଠାଟି ୧୯୮୪ରେ ନିର୍ମାଣ ହୋଇଥିବାବେଳେ ଏଠାରେ ୨୧ ପରିବାର ବସବାସ କରୁଥିଲେ । ଏଠାରେ କ୍ଷମତା ଠାରୂୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା । ମହାରାଷ୍ଟ୍ରର ମୁମ୍ବଇ ନିକଟ ଭିୱାଣ୍ଡିରେ ରାତି ପ୍ରାୟ ୩ଟା୩୦ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.

16 − eight =