ଜଗତସିଂହପୁର ଚର୍ଚ୍ଚିକା ବଜାର ଠାରୁ ଚାନ୍ଦୁରା ରାସ୍ତା କଂଟେନମେଂଟ ଜୋନ ଘୋଷଣା


ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ଅଦାଲତରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚର୍ଚ୍ଚିକା ବଜାର ଠାରୁ ଚାନ୍ଦୁରା ରାସ୍ତା କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହି ଅଂଚଳର ଲୋକେ ବାହାରକୁ ନ ବାହାରିବା ପାଇଁ ନିର୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସମାଗ୍ରୀ ଓ ମେଡିସିନ ପ୍ରଭୃତି ଜଗତସିଂହପୁର ପୌର ପରିଷଦ ଦ୍ୱାରା ଗଠିତ ଟିମ ମାଧ୍ୟମରେ ଯୋଗାଇ ଦିଆଯିବ ।

Leave A Reply

Your email address will not be published.

seventeen − one =