କଂଗ୍ରେସ ଆତ୍ମ ମନ୍ଥନ କରୁ

ଦେଶର ସର୍ବପୁରାତନ ରାଜନୈିତିକ ଦଳ କଂଗ୍ରେସର କାର୍ଯ୍ୟଧାରାରେ ଦଳର ୨୩ ଜଣ ବରିÂ ନେତାଙ୍କ ଉଦବେଗ ଏବଂ ସୁଧାରିବା ପାଇଁ ଦେଇଥିବା ପ୍ରସ୍ତାବ ନେହେରୁ ଗାନ୍ଧୀ ପରିବାରକୁ ଘେରି ରହିଥିବା ଅନୁଗତଙ୍କ ବିରୋଧ ସତ୍ୱେ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଅନୁମୋଦନ ଲାଭ କରିଛି ସତ ମାତ୍ର ଦଳରେ ଅନ୍ତରୀଣ ଅଧ୍ୟକ୍ଷ ଶ୍ରୀମତି ସୋନିଆ ଗାନ୍ଧୀ ପରାମର୍ଶ ଦେବା ପାଇଁ ଗଠନ କରିଥିବା ୪ଜଣିଆ କମିଟିରେ ସେମାନଙ୍କ ମଧ୍ୟରୁ କେହି ସ୍ଥାନ ପାଇନାହାନ୍ତି । ଦଳର ୨୩ଜଣ ବରିÂନେତା ଲେଖିବା ଚିଠିକୁ ଅନୁଗତ ଗୋଷ୍ଠୀ ସହଜରେ ଗ୍ରହଣ କରିପାରି ନଥିବା ସଙ୍କେତ ପ୍ରଦାନ କରୁଛି ବୋଲି କୁହାଯାଇପାରିବ । କଂଗ୍ରେସ ଅଧ୍ୟକ୍ଷ ଶ୍ରମତୀ ଗାନ୍ଧୀଙ୍କ ପଛରେ ରହି ସମସ୍ତଙ୍କ କ୍ଷେତ୍ରରେ ପ୍ରକୃତ ନିଷ୍ପତି ଗ୍ରହଣକାରୀ ଭାବେ ଜଣାଶୁଣା ରାହୁଳ ଗାନ୍ଧୀ ସର୍ବଦା ଖୋଲା ଆଲୋଚନା ଏକ ମିଳିତ ନେତୃୁତ୍ୱ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ପ୍ରକୃତରେ ଯେ, ସେ ଏଭଳି ଦାବିଠାରୁ ବହୁ ଦୁରରେ ଅଛନ୍ତି, ତାହା ୨୩ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ ଦେଇଥିବା ପ୍ରତିକି୍ରୟା, ମନ୍ତବ୍ୟରୁ ସ୍ପଷ୍ଟ ସୁଚନା ମିଳିଛି । ରାହୁଳ ଚିଠି ଦେବା ସମୟରେ ଉପରେ ପ୍ରଶ୍ନ ଉଠାଇବା ସହ ଏହା ପଛରେ ବିଜେପିର ହାତ ଥିବାନେଇ ଦେଇଥିବା ମନ୍ତବ୍ୟ ଦଳରେ ଝଡ ସୃଷ୍ଟି କରିଥିଲା । ରାହୁଳଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ପ୍ରତି ଦୀର୍ଘ ବର୍ଷ ବର୍ଷ ଧରି ଅନୁଗତ ଥିବା ଏବଂ ଦଳର ସୁଦିନରେ, ଦୁର୍ଦ୍ଧିନରେ ରହି ଆସିଥିବା ଗୁଲାମ ନବୀ ଆଜାଦ ଏବଂ କପିଲ ଶିବାଲାଙ୍କ ପରି ନେତାମାନେ ତିବ୍ର ପ୍ରତିକି୍ରୟା ପ୍ରକାଶ କରିବା ଏହାର ଉଦାହରଣ । ଏହା କିନ୍ତୁ ନିଶ୍ଚିତ ଯେ, ରାହୁଳ ଦଳରେ ଅଧ୍ୟକ୍ଷ ନଥିଲେ ମଧ୍ୟ ବିଭିନ୍ନ୍ ପ୍ରସଙ୍ଗରେ ତଥା ଅର୍ଥନିତୀ, ଜାତୀୟ ନିରାପତା, ସାମାଜିକ ସଦଭାବ, ରାଜନୈତିକ କ୍ଷେତ୍ରରେ ଯେପରି ମତ ଦେଇ ଆସୁଛି, ତାହାକୁ ଦଳର ମତ ଭାବେ ଗ୍ରହଣ କରାଯାଉଛି । ଏଥିରୁ ଦଳର ପ୍ରକୃତ କ୍ଷମତା ଯେ, ରାହୁଲଙ୍କ ହାତରେ ଅଛି, ଏହା ନିଃସନେ୍ଦହରେ କୁହାଯାଇପାରେ । ଏହା ସତ୍ୟଯେ, ଗତ ୨୦୧୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଏବଂ ଜନ ମାନସରେ ଦଳର ପତିଆରା କ୍ଷୟ ହେବାକୁ ଲାଗିଛି । କେବଳ ଏତିକି ନୁହେଁ ଅଧ୍ୟକ୍ଷ ପଦରୁ ରାହୁଳଙ୍କ ଇସ୍ତଫା ପରେ ଦୀର୍ଘ ୧ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଜଣେ ସ୍ଥାୟୀ ସଭାପତି ନିର୍ବାଚିତ ନହେବା କିମ୍ବା ନିଯୁକ୍ତ ନହେବା ଯୋଗୁଁ ଦଳର ନେତା କର୍ମୀ ବିଶେଷ କରି ଯୁବକ ଗୋଷ୍ଠୀ ଆତ୍ମ ବିଶ୍ୱାସ ହରାଇଛନ୍ତି । ଯାହାକି ୨୩ ବରିÂ ନେତା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି । ଦଳର ସ୍ଥାୟୀ ସଭାପତି ନିର୍ବାଚନ, ଖୋଲା ଆଲୋଚନା ପାଇଁ ସମସ୍ତ ଶାଖାକୁ ଭାଙ୍ଗିଦେବା କ୍ଷମତାର ବିକେନ୍ଦ୍ରୀ କରଣ, ନିର୍ବାଚନ ଦ୍ୱାରା ନିଯୁକ୍ତି ପଦ୍ଧତି ଆପଣାଇବାକୁ ପ୍ରସ୍ତାବ ଦେଇଛନ୍ତି । ଆହୁରି ମଧ୍ୟ ପତ୍ରରେ ସେମାନେ ଉଲେଖ କରିଛନ୍ତି ଯେ, କଂଗ୍ରେସ ଏବେ କ୍ଷୟ ହୋଇଚାଲିଥିବା ବେଳେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ଓ ସୁଦୃଢ ହେବାକୁ ଲାଗିଛି । ଏହା ନିଶ୍ଚିତ ଯେ, ସେନା ବାହିନୀ ପାଇଁ ସେନାପତି ଯେପରି ଅପରିହାର୍ଯ୍ୟ, ଦଳ ପାଇଁ ଦଳପତି ବା ଅଧ୍ୟକ୍ଷା ସେପରି ଅପରିହାର୍ଯ୍ୟ । ନେତୁୃତ୍ୱ ବିନା କୌଣସି ଦଳ ସୁଦୃଢ ହେଇପାରିବ ନାହିଁ । ୨୦୧୯ ନିର୍ବାଚନରେ ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ରାହୁଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପ୍ରତ୍ୟହାର ପାଇଁ ଚାପ ସତ୍ୱେ ସେ ନିଜ ଜିଦରେ ଅଟଳ ରହିଥିଲେ । ଏପରିକି ଗାନ୍ଧୀ ନେହେରୁ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିବାକୁ ମତ ଦେଇଥିଲେ । ମାତ୍ର ଗାନ୍ଧୀ ନେହେରୁ ପରିବାରର କୋଟେରୀ(ଅନୁଗତ) କୁହାଯାଉଥିବା ନେତାମାନେ ଶେଷରେ ସ୍ୱାସ୍ଥ୍ୟଗତ କାରଣରୁ ଅଧ୍ୟକ୍ଷ ପଦ ଛାଡିଥିବା ସେମାନଙ୍କୁ ପୁଣି ଥରେ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ମନୋନିତ କରିଥିଲେ । ସେତେବେଳେ ତାଙ୍କୁ ୧ବର୍ଷ ପାଇଁ ସିଡବ୍ଲ୍ୟୁସି ଅଧ୍ୟକ୍ଷା ଦାୟୀତ୍ୱ ଅର୍ପଣ କରିଥିଲେ । ଇତି ମଧ୍ୟରେ ୧ବର୍ଷ ପୁରିଯିବା ଏବଂ ନୁତନ ବା ସ୍ଥାୟୀ ଅଧ୍ୟକ୍ଷା ନିଯୁକ୍ତି ନହେବା ହେଉଛି ୨୩ ବରିଷ୍ଠ ନେତାଙ୍କ ଉଦବେଗର କାରଣ । ପୁଣି ପରେ ଶ୍ରୀମତି ଗାନ୍ଧୀଙ୍କୁ ସ୍ଥାୟୀ ସଭାପତି ନିଯୁକ୍ତି ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆ ଯାଇଛି । ଦଳରେ ନିର୍ବାଚନ କେବେ ହବ ସେନେଇ କୌଣସି ନିଷ୍ପତି ହୋଇନାହିଁ କି କିଛି ସୁଚନା ମିଳିନାହିଁ । କିନ୍ତୁ ଏହା ସତ୍ୟଯେ, କଂଗ୍ରେସ ଏବେ ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଗାନ୍ଧୀ-ନେହେରୁ ପରିବାରର କବଜାରେ ରହିଛି । ରାଜୀବ ଗାନ୍ଧୀଙ୍କ ନିଧନ ପରେ ପିଭି ନରସିଂହ ରାଏ, ସୀତାରାମ କେଶରୀ ଦଳର ସଭାପତି ହୋଇଥିଲେ । ସଭାପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀଙ୍କ ପରି ନେତାଙ୍କୁ ନରସିଂହ ରାଏ ହରାଇଥିବା ବେଳେ ଶରଦ ପାୱାରଙ୍କୁ ଶୀତାରାମ କେଶରୀ ହରାଇ ଥିଲେ । ଶେଷରେ ଶୀତାରାମ କେଶରୀଙ୍କ କାର୍ଯ୍ୟକାଳ ପୁରିବା ପୂର୍ବରୁ ତାଙ୍କୂୁ ହଟାଇ ଶ୍ରମତୀ ଗାନ୍ଧୀ ଦଳର ସଭାପତି ହୋଇଥିଲେ । କଂଗ୍ରେସର ୧୩୪ ବର୍ଷର ଇତିହାସରେ ଶ୍ରୀମତୀ ଗାନ୍ଧୀ ହେଉଛି ସବୁଠୁ ଦୀର୍ଘତମ ସଭାନେତ୍ରୀ । ମାତ୍ର ଅନୁଗତ ଗୋଷ୍ଠୀ ଗାନ୍ଧୀ-ନେହେରୁ ପରିବାର ଭିତରୁ କାହାକୁ ସଭାପତି କରିବାକୁ ଚାହୁଁ ନାହାନ୍ତି । ଏଥି ପ୍ରତି ଗାନ୍ଧୀ ପରିବାର ମଧ୍ୟ ବିଶେଷ ଆଗ୍ରହୀ ଥିବା ମନେହୁଏ ନାହିଁ । ଇତିମଧ୍ୟରେ ମମତା ବାନାର୍ଜୀ, ଶରଦ ପାୱାର, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ବହୁ ନେତା ଦଳ ଛଡି ଚାଲି ଗଲେଣି । ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ମଧ୍ୟରେ କଂଗ୍ରେସ ଅଧାରୁ ଅଧିକ ସମୟ ଦେଶକୁ ଶାସନ କରିଥିବା ବେଳେ ଏବେ ଲୋକ ସଭାର ମାନ୍ୟତା ପ୍ରାପ୍ତ ବିରୋଧିଦଳ ସ୍ୱିକୃତ ପାଇବାରେ ମଧ୍ୟ ଅସମର୍ଥ ରହିଛି । ଅନ୍ୟ ପକ୍ଷରେ ରାହୁଳ ଗାନ୍ଧୀ ଏବେ କେନ୍ଦ୍ରର ବିଜେପି ସରକାର ଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଅଭିମୁଖ୍ୟ ଗ୍ରହଣ କରି ପ୍ରତିକି୍ରୟା ଦେଇଛନ୍ତି । ସଭାପତି ଠାରୁ କମ୍ ନୁହନ୍ତି ବୋଲି ସ୍ୱିକାର କରିବାକୁ ହେବ । ଉଲେଖ୍ୟ ଯୋଗ୍ୟ ଯେ, ୨୦୧୯ ନିର୍ବାଚନ ପରାଜୟ କୋଟେରୀଙ୍କ ପାରିବାରିକ ଜିଦ ଯୋଗୁଁ ହୋଇଥିବା ଶ୍ରୀ ଗାନ୍ଧୀ ଖୋଲା ଖୋଲି ମନ୍ତବ୍ୟ ଦେଇଥିଲେ । ଏବେ ଏହା ହେଉଛି ଉପଯୁକ୍ତ ସମୟ ଶ୍ରୀ ଗାନ୍ଧୀ ୨୩ ବରିଷ୍ଠ ନେତାଙ୍କୁ ବିରୋଧ ନକରି ସେମାନଙ୍କ ଆଭିମୂଖ୍ୟ ଗ୍ରହଣ କରିନେବା ଉଚିତ ଏବଂ ଦଳ ଆତ୍ମ ମନ୍ଥନ କରୁ ।

Leave A Reply

Your email address will not be published.

12 − 7 =