କୁଆଖାଇ ପୁରୁଣା ପୋଲରେ ୬ ଦିନ କଟକଣା

ଭୁବନେଶ୍ୱର: ଜାତୀୟ ରାଜପଥ ନଂ-୧୬ର ଦ୍ୱୈତନଗରୀରେ ଭୁବନେଶ୍ୱରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ଏବଂ ମହାନଦୀର ମଝି ବ୍ରିଜ୍ରେ ଜାତୀୟ ରାଜପତ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଳୁଥିବାରୁ ବ୍ରିଜ୍ ଉପରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି । ଏହି ୬ଦିନ ସକାଳ ୧୧ଟାରୁ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉକ୍ତ ବ୍ରିଜ୍ ଉପରେ ଯାନବାହନ ଚଳାଚଳ କରିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ କଟକଣା କରାଯିବା ସହିତ ଡାଇଭରସନ୍ କରାଯିବ ବୋଲି ପୁଲିସ କମିସନର ଡ,ସୁଧାଂଶୁ ଷହଙ୍ଗୀ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଓଡ଼ିଶା ସହରାଂଚଳ ଆଇନ-୨୦୦୩ ଧାରା ୨୮ ବଳରେ ପୁଲିସ କମିସନର ଏହି କଯକରା କରିଛନ୍ତି । ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡିକୁ କୁଆଖାଇର ମଝି ପୋଲରେ ଛଡାଯିବ । ଜନସାଧାରଣ ଏଥିରେ ସହଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.

16 − two =