ସଂସଦ ଢାଂଚାରେ ହେବ ବିଧାନସଭା ଅଧିବେଶନ


ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୧୯ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ସଂକ୍ରଣଙ୍କୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ସଂସଦ ଢାଂଚାରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । କେବଳ ପ୍ରଶ୍ନକାଳକୁ ଛାଡି ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ, କଳିଂ ଆଟେନସନ ଆଦି ସବୁ ରହିବ । ସେହିପରି ବିଧାୟକ ବସିବା ପାଇଁ ୧୪୫ଟି ସିଟ ପ୍ରସ୍ତୁତ କରାଯାଇଛି । ପରସ୍ପର ଠାରୁ ୪ ଫୁଟ ଦୂରତରରେ ବସିବେ ଓ ସେମାନଙ୍କ ସିଟ ସମ୍ମୁଖରେ ସିଲଡ କାଚ ଲଗାଯାଇଛି । ଏପରି ଦର୍ଶକ ଗ୍ୟାଲେରିରେ ମଧ୍ୟ ବିଧାୟକମାନେ ବସିବେ । ଯେଉଁ ବରିଷ୍ଠ ବିଧାୟକ ମାନେ ଆସିବେ ନାହିଁ ସେମାନେ ଆଗୁଆ ସୂଚନା ଦେବେ ।

Leave A Reply

Your email address will not be published.

4 × 4 =