ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଗାଁରେ ସଂଘଟିତ ମାଉସୀ ପୁତୁରା ଡବଲ୍ ମର୍ଡର ମାମଲାରେ ଅନୁଗୁଳ ଜିଲ୍ଲା ଦୌରାଜଜ୍ ଆଶାନ୍ତ କୁମାର ଦାସ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି କରି ‘ସିରିଏଲ୍କିଲର୍’ ଝସକେତନ ରାଉତ ଓରଫ ଝାରୁକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
ବିବରଣୀରୁ ପ୍ରକାଶ, ଅନୁଗୁଳ ଜିଲ୍ଳା ଜରପଡ଼ା ଥାନା କୁଶକିଳା ଗାଁରେ ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କରୁଥିବା ଝସକେତନ ରାଉତ ୨୨ ମେ ୨୦୧୫ରେ କୁକୁରପେଟା ଗାଁର ଅବଳା ଗଡ଼ନାୟକ (୬୫) ଏବଂ ତାଙ୍କ ଭଉଣୀର ପୁଅ କୁମୁଦ ସାହୁ(୨୭)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା । ଅବଳାଙ୍କ ଶବ କୂଅ ପାଖରେ ପୋତି ସିମେଂଟରେ ପୋତି ଦେଇଥିଲା ।
ସେହିଭଳି, ୨୦୧୬ ମସିହା ଫେବ୍ରୁଆରି ୪ ତାରିଖରେ କୁଶଳିକା ଗାଁର ରାଜକିଶୋର ସାହୁଙ୍କ ପୁଅ ଯୋଗେଶ୍ୱର ସାହୁ ଓ ପୁତୁରା ହିରଣାକ୍ଷ ସାହୁଙ୍କୁ ବି ସମାନ ଢଙ୍ଗରେ ଝସକେତନ ହତ୍ୟା କରି ୨୦ ଫୁଟ ଗଭୀରର ଏକ ଗାତରେ ପୋତି ଦେଇଥିଲା । ଗତ ୧୧ ଫେବ୍ରୁଆରି ୨୦୧୬ ଦିନ ଅବଳା ଓ କୁମୁଦଙ୍କୁ ଝସକେତନ ହତ୍ୟା କରିଥିବା ସଂକ୍ରନ୍ତରେ ଭୀମସେନ ଥାନାରେ ଏତାଲା ଦେଇଥିଲେ । ଗତ ୫ ଜାନୁଆରି ଦିନ ଦେବଗଡ଼ ଜିଲ୍ଲା ଜଂଗଲ ଅଂଚଳରୁ ପୋଲିସ ଝସକେତନକୁ ଗିରଫ କରିଥିଲା ।