ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ବୋର୍ଡ କର୍ମକର୍ତାଙ୍କ ସହ ଆଲେଚେନା ପରେ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମେ ୨୧ ରେ ଖାତା ଦେଖା ନେଇ ସ୍ଥିର ହୋଇଥିଲା । କିନ୍ତୁ ବାତ୍ୟା ଅମ୍ଫନ ପାଇଁ ଖାତା ଦେଖାକୁ ସ୍ଥଗିତ ରଖା ଯାଇଛି । ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ।  ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମୁଲ୍ୟାୟନ କେନ୍ଦ୍ର ପାଇଁ ଖୁବ ଶୀଘ୍ର ନୋଡାଲ ଅଫିସର ପଠା ଯିବ। ମୁଲ୍ୟାୟନକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲାପାଳମାନଙ୍କୁ ଶିକ୍ଷାବିଭାଗ ଜଣାଇଛି।

Leave A Reply

Your email address will not be published.

5 × one =