ଭଦ୍ରକ: ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଳୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଂଚଳର ହରିଜନ ସାହିରେ । ଆହତ ମଦନ ଓ ତାଙ୍କ ବୋହୂଙ୍କୁ ତୁରନ୍ତ ଧାମନଗର ମେଡ଼ୀକାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭଦ୍ରକ ମେଡ଼ିକାଲକୁ ପଠାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ , ଗତକାଲି ବଦନ ଘରେ ଖାଉଥିବା ବେଳେ ଗାଁ ର ୪ରୁ ୫ଜଣ ଲୋକ ଆସି ଅଚାନକ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ବୋହୂ ଆସି ଅଟକାଇବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ଉଭୟ ଶ୍ୱଶୁର ଓ ବୋହୂ ଭଦ୍ରକ ମେଡିକାଲରେ ଭର୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ଏନେଇ ଧାମନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବ ା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।