କୋଇଲା ବ୍ଲକ ନିଲାମ ସ୍ଥଗିତ

ଭୁବନେଶ୍ୱର: କୋଲ ବ୍ଲକ ନିଲାମ ପ୍ରକ୍ରିୟା ୩ମାସ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି କେନ୍ଦ୍ର କୋଇଲା, ଖରଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ମଲ୍ଳିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପକ୍ଷରୁ ଚିହ୍ନଟ ୪୧ଟି କୋଲ ବ୍ଲକ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି । ଏସବୁରେ ମୋଟ ୧୦,୭୫୦ ନିୟୁତ ଟନ କୋିଲା ମହଜୁତ ରହିଛି । କେନ୍ଦ୍ରର ସଂଶୋଧିତ ନିର୍ଘଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨୯ ନିଲାମ ଦାଖଲର ଶେଷ ତାରିଖ ରହିଥିବାବେଳେ ୨୦୨୦ ୧୯ ତାରିଖରୁ ନଭେମ୍ବର ୯ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା । କିନ୍ତୁ ବର୍ତମାନ କୋଭିଡ ମହାମାରୀ ସମୟରେ ଖଣିଜ କାରବାର ବେଶ ପ୍ରଭାବିତ ହୋଇଛି ।ଏଥବସହିତ ବିଗତ ବର୍ଷ ତୁଳନାରେ କୋଇଳାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି ।ଯଦି ଏହି ପରିସ୍ଥିତିରେ କୋଇଲା ନିଲାମ କରାଯାଏ ତେବେ ସର୍ବାଧିକ ନୀଲାମ ଡାକ ଯଥେଷ୍ଟ କମ ହେବାର ଆଶଙ୍କା ରହିଛି ।ଏହି ଲିଜ୍ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପ୍ର୍ରଭାବ ପଡ଼ିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।ଏସବୁ ଦୃଷ୍ଟିରୁ ଏହି ନିଲାମ ପ୍ରକ୍ରିୟାକୁ ୩ମାସ ପର୍ଯ୍ୟନ୍ତ ଘୁଂଚାଇବା ଲାଗି ମନ୍ତ୍ରୀ କେନ୍ଦ୍ରକୁ ନିବେଦନ କରିଛନ୍ତି । ସମ୍ପୃକ୍ତ କର୍ତୁପକ୍ଷଙ୍କୁ ଏହି ବାବଦରେ ତୁରନ୍ତ ଆବଶ୍ୟକ ନିର୍ଦେଶ ଦେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । କୋଭିଡ ପରିସ୍ଥିତିରେ ଉନ୍ନତି ଆସିଲେ ଓୁ ବଜାର ସ୍ଥିତି ସୁଧୁରିଲେ ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.

three × 5 =