ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ ଉଦ୍ୟମ ହେତୁ ପରିବହନ କରାଯାଇ ଅଛି । ସଡକ ପଥରେ ପରିବହନ କରାଯାଉଥିବା ପଣ୍ୟ ଗୁଡିକୁ ରେଳ ମାଧ୍ୟମରେ ପରିବହନ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଆକର୍ଷିତ କରାଯାଉଛି । ପରିବହନ କ୍ଷେତ୍ରରେ ରେଳପାଇର ଅଂଶ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାରମ୍ଭ କରାଯାଇଥିବା ବ୍ୟବସାୟ ବିକାଶ ୟୁନିଟ ମାଧ୍ୟମରେ ବିଭିନ୍ନ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ସହିତ ନିରନ୍ତର ସମ୍ପର୍କରେ ରହିଛି । ଅଣ ବହୁଳ ସାମଗ୍ରୀ ଯେଉଁ ଗୁଡିକ ରାଜପଥ ଗୁଡିକରେ ପରିବହନ କରାଯାଉଛି ସେଗୁଡିକୁ ରେଳ ମାଧ୍ୟମରେ ପରିବହନ କରିବା ପାଇଁ ଏହି ୟୁନିଟ ଗୁଡିକ ଗ୍ରାହକ ମାନଙ୍କ ଉତ୍ପାଦ ରେଳ ଦ୍ୱାରା ପରିବହନ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ଗୁଡିକୁ ଆକର୍ଷିତ କରୁଛନ୍ତି । କିଛି ଦିନ ପୂର୍ବରୁ ପ୍ରାରମ୍ଭ କରାଯାଇଥିବା ରେଳବାଇର ବ୍ୟବସାୟ ବିକାଶ ୟୁନିଟର ଉଦ୍ୟମ ହେତୁ ପୂର୍ବ ତଟ ରେଳପଥ ୨୧ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୨୨୬ ଟ୍ରେନରେ ପାଣ୍ୟ ପରିବହନ କରିଛି । ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ ଗଠନ ପରଠାରୁ ଏହି ରେଳବାଇ ପ୍ରାୟ ୦,୬୭ ନିୟୁତ ଟନ ମାଲ ପରିବହନ କରିଛି । ଧାନମଣ୍ଡଳ ରେଳ ଷ୍ଟେସନରୁ ଇଫକୋ ଦ୍ୱାରା ସାର ଲୋଡିଂ, ମେରାମାଣ୍ଡଳିରେ ଟାଟା ଭୂଷଣ ଷ୍ଟିଲ ଲିମିଟେଡ ସାଇଡିଂରୁ ଏବଂ ଲପଙ୍ଗା ଠାରେ ବେଦାନ୍ତ ଇଣ୍ଡଷ୍ଟ୍ରି ସାଇଡିଂରୁ ଫ୍ଲାଏ ଆଶ, ବରଗଡରୁ ସିମେଂଟ, କେସିଙ୍ଗା ଓ ଜୟପୁର ଷ୍ଟେସନ ଠାରୁ ମକା, କିରାନ୍ଦୁଲରୁ ଲୁହାପଥର, ୱାଲଟିୟର ରେଳମଣ୍ଡଳରୁ କୋଇଲା, ବିଶାଖାପାଟନାମ ଷ୍ଟିଲ ପ୍ଲାଂଟରୁ ସ୍ଳାଗ ଓ ଷ୍ଟିଲ ଗଙ୍ଗାଭରମ ବନ୍ଦରକୁ ସ୍ୱଳ୍ପ ଦୂରତା ପରିବହନ କରାଯାଇ ପାରିଛି । ଇଫକୋ ଦ୍ୱାରା ଧାନମଣ୍ଡଳ ରେଳ ଷ୍ଟେସନରୁ ୧୫ଟି ରେକ ସାର ପରିବହନ ସହିତ ସମ୍ବଲପୁର ରେଳମଣ୍ଡଳରୁ ୪୦ ରେକ ଚାଉଲ, ୩୨ ରେକ ସିମେଂଟ, ୱାଲଟିୟର ରେଳମଣ୍ଡଳରୁ ୭୮ ରେକ୍, ଲୁହାପଥର ଏବଂ ୫୬ଟି ରେକ ସ୍ଳାଗ ଏବଂ ଷ୍ଟିଲ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ ଉଦ୍ୟମ ଦ୍ୱାରା ପରିବହନ କରାଯାଇ ଅଛି । ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ ଗଠନ ପରଠାରୁ ୨୧ ସେପ୍ଟେମ୍ବର,୨୦୨୦ ମଧ୍ୟରେ ସମୁଦାୟ ୦.୬୭ ନିୟୁତ ଟନ ମାଲ ପରିବହନ କେବଳ ବ୍ୟବସାୟ ବିକାଶ ୟୁନିଟର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି । ମୋଟାମୋଟି ଭାବରେ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ ବର୍ତମାନ ବହୁଳ ସାମଗ୍ରୀ ସହିତ ଉଭୟ ସ୍ୱଳ୍ପ ଏବଂ ଦୂର ଦୂରାନ୍ତକୁ ସ୍ୱଳ୍ପ-ବହୁଳ ସମାଗ୍ରୀ ପରିବହନ ପାଇଁ ବ୍ୟବସାୟୀଙ୍କୁ ସୁବିଧା ପ୍ରଦାନ କରାଇବାକୁ ପ୍ରୟାସ କରୁଛି । ବର୍ତମାନ ପରିବହନ ଢାଂଚାର ବିଷୟବସ୍ତୁ ସମ୍ବନ୍ଧରେ ଜାଣିବା ଏବଂ ରେଳବାଇକୁ ଅଧିକ ଟ୍ରାଫିକ ଅଂଶ ଆକର୍ଷିତ କରିବା ପାଇଁ ବିଡିୟୁ ସଦସ୍ୟମାନେ ବର୍ତମାନ ବାଣିଜ୍ୟ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗ କରୁଛନ୍ତି । ବାଣିଜ୍ୟ ଏବଂ ଶିଳ୍ପ ସହିତ ସମ୍ପ୍ରତି ପାରସ୍ପରିକ କଥାବର୍ତାରେ,ପୂର୍ବତଟ ରେଳପଥ ଏହାର ୨୮ଟି ଗୁଡ ଶେଡକୁ ଆଉଟସୋର୍ସିଂ ଭତିରେ ପ୍ରଦାନ କରିବାକୁ ଯୋଜନା କରିଛି ଏବଂ ଉପରୋକ୍ତ ବିଷୟ ଉପରେ ଆଗ୍ରହ ପ୍ରକାଶ କରିବାକୁ କହିଛି । ବର୍ତମାନ ଚାଲଉଥିବା ପାରମ୍ପରିକ ଦ୍ରବ୍ୟରେ ରେଳବାଇର ଅଂଶକୁ ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ ବତର୍ମାନ ବିଭିନ୍ନ ଅଣ ବହୁଳ ସାଗମ୍ରୀ ଟ୍ରାଫିକ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ ଜାରି ରଖିଛନ୍ତି ।

Leave A Reply

Your email address will not be published.

20 − fifteen =