କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଲଗାତାର ଦେଶର ଶ୍ରମିକ, କର୍ମଚାରୀ, ଚାଷୀ, ମୂଲିଆ ତଥା ଜନସାଧାରଣଙ୍କ ବିରୁଦ୍ଧରେ ଗ୍ରହଣ କରିଚାଲିଥିବା ନୀତି ବିରୁଦ୍ଧରେ ବୁଧବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ ଆନେ୍ଦାଳନ ଅନୁଷ୍ଠିତ ହୋଇଥିଲାା ଶିଳ୍ପପତି ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଶ୍ରମ ଆଇନ୍ ସଂଶୋଧନ କରି ଶ୍ରମକୋଡ୍ ପ୍ରଣୟନ, ରେଳ ଓ ପ୍ରତରକ୍ଷା, ବିଦ୍ୟୁତ୍, କୋଇଲା, ଇସ୍ପାତ, ପେଟ୍ରୋଲିୟମ, ବ୍ୟାଙ୍କ, ବୀମା ଆଦି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, କୃଷକ ବିରୋଧୀ କୃଷି ବିଲ୍-୨୦୨୦, ଡି.ଏ.ଡି.ଆର୍ ଫ୍ରିଜ୍ କରିବା, ପେଟ୍ରୋଲ, ଡିଜେଲ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ଶ୍ରମିକ ଛଟେଇ, ନୂତନ ନିଯୁକ୍ତି ବନ୍ଦ, କରୋନା
ମହାମାରୀ ଜନିତ ଲକ୍ଡାଉନ୍ ପିରିୟଡରେ ପ୍ରବାସୀ ଶ୍ରମିକ ସମେତ ଶ୍ରମିକ କର୍ମ·ରୀଙ୍କ ଜୀବନ ଜୀବିକାର ସୁରକ୍ଷା ନକରିବା, କୋଇଲା, ପ୍ରତିରକ୍ଷା, ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁିକୁ ଅନୁମତି ଦେବା
ଆଦି କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ, କର୍ମଚାରୀ ତଥା ଜନବିରୋଧୀ ନୀତିକୁ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଅନୁଗୁଳ ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବୁଧବାର ଏହି ପ୍ରତିବାଦ ଆନେ୍ଦାଳନରେ ଆଇ.ଏନ୍.ଟି.ୟୁ.ସି.ର ବିମ୍ବାଧର ସାମଲ, ଅହଲ୍ୟା ଦଳେଇ, ରମେଶ ଦଳେଇ, ରବୀନ୍ଦ୍ର ସାହୁ, ଗୋଲେଖ ନାଏକ, ଏଚ୍.ଏମ୍.ଏସ୍.ର ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ପବିତ୍ର କୁମାର ବିଶ୍ୱାଳ, ହରଜିନ୍ଦଲ ସିଂ, ଭୀମସେନ ସାହୁ, ସଂସାର ପ୍ରଧାନ, ବିଶ୍ୱବିହାରୀ ସାହୁ, ପ୍ରସନ୍ନ କୁମାର ପଣ୍ଡା, ସି.ଆଇ.ଟି.ୟୁ.ର ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ରନ କୁମାର ନନ୍ଦ, ନିର୍ମଳ କୁମାର ମହାନ୍ତି, ପ୍ରଶାନ୍ତ କୌଶିକ, ଏ.ଆଇ.ୟୁ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ଭିକାରୀ ପ୍ରଧାନ, ରାଜ୍ୟ ସମ୍ପାଦକ ଜୟସେନ ମେହେର, ଜିଲ୍ଲା ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବାବୁଲି ସାହୁ, ଏ.ଆଇ.ସି.ସି.ଟି.ୟୁ.ର ତପନ କୁମାର ମହାନ୍ତି, ମିଥୁନ ବେହେରା, ସୁଜିତ୍ ବେହେରା, ନାରାୟଣ ବେହେରା, ଉତମ ବେହେରା, ଡାକ୍ତର ଗୋଛାୟତ ପ୍ରମୁଖଙ୍କ ସମେତ ବହୁ ଶ୍ରମିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

1 × one =