ରାୟଗଡାରେ କରୋନା ୭ ହଜାର ପାର

ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉର୍ଧ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପୁରୁଷ ଏବଂ ୨୨ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୮ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୩ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କାଶିପୁର ୧୭, ରାମନାଗୁଡା ୧୬, କଲୋନରା ୧୦, ରାୟଗଡା ପୌରାଚଂଳ ୭, ମୁନିଗୁଡା ୫, ରାୟଗଡା ଗ୍ରାମାଚଂଳ ୩, ବିଷମକଟକ ୨ ଏବଂ ଗୁଣପୁର ଗ୍ରାମାଚଂଳ, ପଦ୍ମପୁର ରୁ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୦ ରେ ପହଂଚିଥିବା ଥିବା ବେଳେ ୬୩୮୦ ଜଣ ସୁସ୍ଥ ହୋଇଛନ୍ତି । ୭୪୪ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୭୫୬ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୬୨୦ ସୁସ୍ଥ ହୋଇଛନ୍ତି ଏବଂ ୧୩୬ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

16 − one =