ଡ୍ରଗ୍ସ ଲିଙ୍କ ଘଟଣା: ଏନସିବିରେ ହାଜର ହେଲେ ଦିପୀକା

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟର ତଦନ୍ତ ଆରମ୍ଭ ହେବା ପରେ ଡ୍ରଗ୍ସ ଲିଙ୍କ ଘଟଣା ସମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ (ଏନସିବି ) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି ।ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀକୁ ପଚରାଉଚରା କରାଯିବା ପରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ସମ୍ନାକୁ ଆସିଥିଲା । ରାକୁଲପ୍ରୀତ, ଦିପୀକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଙ୍କୁ ଏନସିବି ପକ୍ଷରୁ ସମନ ପଠାଯିବା ପରେ ଶନିବାର ଏନସିବି କାର୍ଯ୍ୟାଳୟରେ ଦିପୀକା ପାଦୁକୋନ ହାଜିର ହୋଇଛନ୍ତି । କରିଶ୍ମା ପ୍ରକାଶକୁ ମଧ୍ୟ ଜେରା କରାଯିବ । କିଛି ସମୟ ମଧ୍ୟରେ ତାଙ୍କୁ ପଚରାଉଚରା ଅରମ୍ଭ କରାଯିବ । ଶୁକ୍ରବାର ରାକୁଲପ୍ରୀତଙ୍କୁ ଦୀର୍ଘ ୭ଘଂଟା ଧରି ଜେରା କରାଯାଇଥିଲା ବୋଲି ଜଣାପଡିଛି

Leave A Reply

Your email address will not be published.

two × 1 =