ନୂଆଦିଲ୍ଲୀ- ସୋରିଷ ତେଲରେ ଅନ୍ୟ ତେଲ ମିଶାଇବା ବେଆଇନ । ଏହି ତେଲକୁ ବ୍ୟବହାରକୁ ସୁରକ୍ଷିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ ଅଫ ଇଣ୍ଡିଆ ଏଭଳି ପଦକ୍ଷେପ ନେଇଛି । ଆସନ୍ତା ମାସରୁ ଏହି ନିୟମ ଲାଗୁ କରାଯିବ ବୋଲି ଏଫଏସଏସଆଇ କହିଛି । ବଜାରରେ ବିକ୍ରି ହେଉଥିବା ଅନେକ ସୋରିଷ ତେଲ ଅପମିଶ୍ରଣ ହେଉଛି । ତେଣୁ ସୋରିଷ ତେଲର ଅପ୍ରମିଶ୍ରଣକୁ ରୋକିବା ପାଇଁ ପନକ୍ଷେପ ନିଆଯାଇଛି । ଏଫଏସଏସଏଆଇ ଫୁଡ କମିଶନରଙ୍କୁ ସୋରିଷ ତେଲର ଶୁଦ୍ଧତା ପରୀକ୍ଷା କରି ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି । ନୂଆନିୟମ ଅନୁଯାୟୀ ରୋଷେଇରେ ବ୍ୟବହୃତ ସୋରିଷ ତେଲରେ ଅନ୍ୟାନ୍ୟ ସମାଗ୍ରୀ ମିଶ୍ରଣର ନୂଆ ତାଲିକା ଜାରି କରିବେ ସରକାର ।