ସୁନ୍ଦରଗଡ- ବାଦଲ ଗିରି ଜଳପ୍ରପାତ ଅଂଚଳକୁ ନିଷିଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତ ୨୦ ତାରିଖରେ ରାଉଲକେଲା ଅଂଚଳରୁ ଦୁଇ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବା ବେଳେ ବୁଡି ପ୍ରାଣ ହରାଇବା ପରେ ସ୍ଥାନୀୟ ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ଉକ୍ତ ଅଂଚଳକୁ ଯେପରି କେହି ଯିବେନି ସେ ପ୍ରତି ସଜାଗ ରହିବାକୁ ପୋଲିସ, ବନବିଭାଗକୁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ ।