ବାଲିକୁଦା: ତଣ୍ଡିକୁଳ ସରପଞ୍ଚ ଲୋକନାଥ ମନ୍ତ୍ରୀଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ଏହି ଅବସରରେ ସ୍ତାନୀୟ ଶାନ୍ତିବଟ ନିକଟସ୍ଥ ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା ଭାବେ ବିଜେଡି ବ୍ଲକ ସଭାପତି ରତ୍ନାକର ନାୟକ, ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ପ୍ରକାଶ ପ୍ରଧାନ, ରାଜ୍ୟ ସଂଗଠନ ସମ୍ପାଦକ କମଳାକାନ୍ତ ମହାପାତ୍ର, ନାରୀ ନେତ୍ରୀ ସୁଚିସ୍ମିତା ମହାନ୍ତି, ପୂର୍ବତନ ସରପଞ୍ଚ ବାବାଜୀ ସ୍ୱାଇଁ, ମନୋରଂଜନ ସ୍ୱାଇଁ, ବିରଞ୍ଚି ନାରାୟଣ ସ୍ୱାଇଁ, ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ସମ୍ପର୍କରେ କହିଥିଲେ । ଅନୁଷ୍ଠିତ ସଭାରେ ପଞ୍ଚାୟତ ସଭାପତି ନିକୁଂଜ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ପ୍ରଜ୍ଞାପରମିତା ବିଶ୍ୱାଳ, ସମିତିସଭ୍ୟ ଜଟାଧାରୀ ଦାସ, ଦିଲ୍ଲିପ ସ୍ୱାଇଁ, ପୂର୍ବତନ ସରପଞ୍ଚ ପ୍ରତିମା ରାଉତ, ମହନ୍ତ ଅଶୋକ ଦାସ, ଗୌରାଙ୍ଗ ବିଶ୍ୱାଳ, ନଳିନୀକାନ୍ତ ଦାଶ, ରାଜେଶ ଦାସ ପ୍ରମୁଖ ଉପସ୍ଥିତ ରହି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ବିଜେଡିର ସୁଶାସନ ଉପରେ ଆଲୋକପାତ କରିଥିଲୋ ଏହି ଅବସରରେ ପୂର୍ବତନ ସରପଞ୍ଚ ମାନଙ୍କ ନେତୃତ୍ୱରେ ବର୍ତ୍ତମାନର ସରପଞ୍ଚ ଶ୍ରୀ ମନ୍ତ୍ରୀ ସଭା ସ୍ଥଳରେ ପହଞ୍ଚି ଆନୁଷ୍ଠାନିକ ଭାବେ ତାଙ୍କ ସମର୍ଥକ ମାନଙ୍କ ସହ ବିଜେଡ଼ିରେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ନୂତନ ଭାବେ ଦଳରେ ସାମିଲ ହୋଇଥିବା ସରପଞ୍ଚ ଓ ପଞ୍ଚାୟତ ସ୍ତରୀୟ ନେତା ତଥା କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଜେଡ଼ି ସରକାରର ସୁଶାସନ ଓ ବାଲିକୁଦା-ଏରସମା ବିଧାୟକ ତଥା ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ଦଳରେ ସାମିଲ ହୋଇଛନ୍ତି ବୋଲି କହିଥିଲେ । ଦଳ ଏମାନଙ୍କୁ ନେଇ ଆଗାମି ପଞ୍ଚାୟତ ନିର୍ବାଚନରେ ଭଲ ପ୬ଦର୍ଶନ କରିବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ ।