ଲଙ୍ଗୁଳି ମଠ ଉଚ୍ଛେଦ ବିରୋଧରେ ନାଗା ସାଧୁଙ୍କ ପ୍ରତିବାଦ

ପୁରୀ: ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ ସିଂହଦ୍ୱାରା ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି । ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି । ଏହା ବିରୋଧରେ ନାଗାା ସାଧୁମାନେ ମେଳି ବାନ୍ଧିଛନ୍ତି । ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁମାନେ ପୁରୀଠାରେ ନିଆଯାଇଛି । ଏହା ବିରୋଧରେ ନାଗା ସାଧୁମାନେ ମେଳି ବାନ୍ଧିଛନ୍ତି । ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁମାନେ ପୁରୀଠାରେ ଏକାଠି ହେବା ସହ ପ୍ରଶାସନର ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ସାଧୁମାନେ ପୁରୀଠାରେ ଏକାଠି ହେବା ସହ ପ୍ରଶାସନର ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ପୁରୀରେ ପହଂଚିଥିବା ଦିଗମ୍ବର ଜନକ ନାଗା ସାଧୁ ବିଶ୍ୱମ୍ବର ପୁରୀ କହିଛନ୍ତି ଲଙ୍ଗୁଳି ମଠରେ ବସି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ସେହି ମଠକୁ ଭାଙ୍ଗି ଦିଆଯାଇଛି । ଏହି ମଠ ଆମର । ଏହି ମଠରୁ ଆମେ ଗୁରୁଦୀକ୍ଷା ନେଉଛୁ । ଭାରତର ବିଭିନ୍ନ ପ୍ରାନ୍ତରେ ୧ ହଜାରରୁ ଅଧିକ ନାଗା ସାଧୁ ଆଶ୍ରମ କରି ରହୁଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବି ନାଗା ସାଧୁମାନେ ମଠ କରି ରହୁଥିଲେ । କିନ୍ତୁ ପ୍ରଶାସନ ଆମ ମଠକୁ ଭାଙ୍ଗି ଦେଇଛନ୍ତି । ଆମ ଧୂନା ଗାଦିକୁ ବି ଦଖଲରେ ରଖିଛନ୍ତି । ଆମକୁ ଧୂନା ପୂଜା କରିବାକୁ ଦିଆଯାଉନି । ଏହି ଧୂନା ବହୁ ପ୍ରାଚୀନ । ଯଦି ଆମକୁ ଏହି ଗାଦିରେ ପୂଜା ପାଇଁ ସୁଯୋଗ ନ ମିଳୁଛି, ତେବେ ବିକଳ୍ପ ବ୍ୟବସ୍ଥା କରାଯାଉ । ମଠ ପାଇଁ ଜାଗା ଦିଆଯାଉ । ଏଥି ସହିତ, ସିଂହଦ୍ୱାରା ହେଉ କି ଅନ୍ୟ ତିନିଦ୍ୱାରା, ଯେଉଁଠି ବି ହେଲେ ଜାଗା ଦିଆଯାଉ, ଯେଉଁଠାରେ ଆମେ ପୁନର୍ବାର ମଠ କରିପାରିବୁ । ସେହିଠାରେ ଧୂନା ଗାଦି ସହ ସାଧୁସନ୍ଥମାନେ ରହିପାରିବେ ବୋଲି କହିଛନ୍ତି । ଅପରପକ୍ଷେ, ମଠର ମହନ୍ତ ସଠିକ୍ ଭାବେ ପୂଜାର୍ଚ୍ଚନା କରୁନାହାନ୍ତି ଏବଂ ସେ ପ୍ରଶାସନ ସହିତ ମିଶି ସନ୍ନ୍ୟାସୀମାନଙ୍କୁ ସମ୍ମାନ ଦେଉନାହାନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.

12 − eight =