ତାପଙ୍ଗ ହାତିଆ ମୁଣ୍ଡିଆ ନିଷାଦ୍ଧାଚଂଳ ଘେଷଣା


ଭୁବନେଶ୍ୱର- ଓଡିଶାର ଦ୍ୱିତୀୟ ଲଦାଖ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷାଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ଏହା ବିପଦ ବୋଲି ଦର୍ଶାଇ ତାପଙ୍ଗ ହାତିଆ ମୁଣ୍ଡାକୁ ନିଷିଦ୍ଧାଚଂଳ ଘୋଷଣା କରାଯାଇଛି । ଏଠାରେ ମନୋରମା ଦୃଶ୍ୟ ଲୋକମାନଙ୍କୁ ବେଶ ଆକର୍ଷଣ କରୁଥିଲା । ଏହାର ଚିତାକର୍ଷକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖି ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁଥିଲା । ଏହା ଓଡିଶାର ଦ୍ୱିତୀୟ ଲଦାଖ ପାଲଟିଥିଲା । କିନ୍ତୁ ବିପଦ ରହିଥିବା ଯୋଗୁଁ ସେଠାକୁ ଯିବା ପାଇଁ ବାରଣ କରାଯାଇଛି । ବାରଣ ସତ୍ୱେ ଯଦି କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇ ଦିଆଯାଇଛି ।

Leave A Reply

Your email address will not be published.

1 × 1 =