କୃଷି ବିଲ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ


ନୂଆଦିଲ୍ଲୀ- ନୂଆ କୃଷି ବିଲ ବିରୋଧରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ବିଶେଷ କରି ପଞ୍ଜାବ, ହରିଆଣା, ଓ କର୍ଣ୍ଣାଟକ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କଂଗ୍ରେସ ପକ୍ଷରୁ ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରେ ଚାଷୀଙ୍କ ସହ ମିଶି ଜୋରଦାର ବିକ୍ଷୋଭ କରିଥିଲେ । ଏହି ସମୟରେ ଗୋଟିଏ ଟ୍ରକ୍ଟରରେ ନିଆଁ ଲାଗଇ ଦେଇଥିଲେ । ଏହି ଘଟଣାରେ ପୋଲିସ ପଞ୍ଜାବର ୫ ଜଣ ଚାଷୀଙ୍କୁ ଅଟକ ରଖିଛି । ତେବେ ଏହି ଘଟଣାରେ ସମିଲ ଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.

12 − 7 =