ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାୟନ୍ସ କ୍ଲବ ଉମଙ୍ଗର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ହୋଟେଲ ଲକ୍କି ଇଣ୍ଟରନ୍ୟାସନାଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ପ୍ରକାଶ ଜେନା ବରେଣ୍ୟ ଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ପଦବୀର ଗୋପନୀୟତା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଜିଲ୍ଲା ଗଭର୍ଣ୍ଣର ପ୍ରଫୁଲ୍ଲ ସାମଲ ଓ ଜିଲ୍ଲା ଉପ-ଗଭର୍ଣ୍ଣ ଭଗବାନ ଗୁପ୍ତା ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାୟିତ୍ୱବୋଧତା ତଥା ପଦ ମର୍ଯ୍ୟାଦା ସମ୍ପର୍କରେ ପରାମର୍ଶ ଦେଇଥିଲେ । ନବ ନିର୍ବାଚିତ ସଭାପତି ମନିଷା ଦାସ, ସମ୍ପାଦିକା ସ୍ନେହା ସରାୱଗୀ, କୋଷଧ୍ୟକ୍ଷା ଦର୍ଶନା ସାଙ୍ଗଭିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଉତ୍ସବରେ ଶପଥ ଗ୍ରହଣ କରିଥିଲେ । ଲାୟନ ଲୀନା ପାଣିଗ୍ରାହୀ ଏହି କାର୍ଯ୍ୟକ୍ର୍ରମରେ ସଭାପତିତ୍ୱ କରିଥିଲେ । ଲାୟନ ପ୍ରଜ୍ଞା ନାୟକ ମଞ୍ଚ ପରିଚାଳନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାବିନେଟ୍ ସେକ୍ରେଟାରୀ ଶରତ ପ୍ରଧାନ, ରିଜିଓନାଲ ଚେୟାରପର୍ସନ ସୁନୀଲ ମୋଦିଙ୍କ ସମେତ ମମତା ଦାସ, କ୍ରିଷ୍ଣା ଦାସ, ସୁମିତା ଦତ୍ତ, ମୀନତି ବଳିଆରସିଂହ, ବି ବବିତା, ପୂରବୀ ଦାସ, ଅମ୍ରିତା ଦତ୍ତ, ଗୋମତି ରଣା, ବବଲି ଖଣ୍ଡେଲୱାଲ, ଦୀପିକା ଦାଶ, ଗୀତାଞ୍ଜଳି ସେଠୀ, ରଶ୍ମିରେଖା ପଣ୍ଡା, ଗାର୍ଗୀ ସେନଗୁପ୍ତା, ସାଗରିକା ମହାନ୍ତି, ଯାଜେ୍ଞଶିନୀ ଦାଶ, ସରୋଜିନୀ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସରକାରଙ୍କ କୋଭିଡ୍ ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।