ଜଗତସିଂହପୁର: ଗତ ପ୍ରାୟ ୭ମାସ ଧରି କରୋନା ଭାଇରସ ନାକେଦମ କଲାଣି ମନୁଷ୍ୟ ଜଗତକୁ । କରୋନା ମୁକାବିଲା ପାଇଁ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଭୁତାଣୁ ସଂକ୍ରମଣ ହେବାକୁ ନଦେବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରଚେଷ୍ଟା ସତ୍ୱେ କରୋନାକୁ ଲଗାମ ଲଗାଇବା କାଠିକର ପାଠ । ଲୋକମାନଙ୍କୁ ସମଦୁରତା ବ୍ୟବଧାନରେ ଚଳପ୍ରଚଳ ହେବା ଏବଂ ଏହାର ନିରାକରଣ ପାଇଁ ଆମ ଦେଶରେ କୋଭିଡ ଯୋଦ୍ଧା ଭାଇ ଓ ଭଉଣି କାନେ ଧଇଁ ସଇଁ ହୋଇ କାମ କରୁଛନ୍ତି । ଗତ ପ୍ରାୟ ଏକ ସପ୍ତାହରୁ ଅଧିକହେବ ବାଲିକୁଦା ଥାନା ପୋଲିସ ଷ୍ଟେସନରେ କରୋନା ଆକ୍ରାନ୍ତ ହୋଇଛି । ପୋଲିସ ସବୁବେଳେ ଜନସାଧାରଣଙ୍କୁ ଶୃଙ୍ଖଳା ରକ୍ଷା ପାଇଁ ଦିନ ରାତି କାମ କରୁ କରୁ ନିଜେ କରୋନା ପଜିଟିଭ ହେବା ନୁଆ କଥା ନୁହେଁ । ବାଲିକୁଦା ଥାନାର ଏସ.ଆଇ ଦାମୋଦର ମୁଦୁଲି, ଏସ.ଆଇ ନିଶାରାଣି ସେଠୀ, କନେଷ୍ଟବଳ ଦିଲ୍ଲିପ କୁମାର ସେଠୀ, କୈଳାସ ଚନ୍ଦ୍ର ଭୋଇ ଏବଂ ହୋମଗାର୍ଡ ଉଦୟ ମହାପାତ୍ର, ନଗର କିଶୋର ଦାସଙ୍କୁ କରୋନା ପଜିଟିଭ ହେବା ଦ୍ୱାରା ସେମାନଙ୍କୁ ଏବେ ବାଳିକୁଦା ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଜିକିତ୍ସାଧିନ ଅଛନ୍ତି । ଏବେ ସ୍ଥାନୀୟ ଥନାରେ ପ୍ରତିଦିନ ସାନିଟାଇଜ ଦ୍ୱାରା କୋଭିଡ ବ୍ୟବଧାନ ଭିତରେ ମାସ୍କ ପରିଧାନ ପୁର୍ବକ ଦୁରତା ରକ୍ଷା ନିମନ୍ତେ ଆଇ.ଆଇ.ସି ସର୍ବେଶ୍ୱର ବେହେରା ଥାନ ଅନ୍ତେବାସିଙ୍କୁ କଡା ନିଦେ୍ର୍ଧଶ ଦେଇଛନ୍ତି । ପରିସ୍ଥିତିରେ ସୁଧାର ଆଣିବାକୁ ପରାମର୍ଶ ଦେଇଛନ୍ତି ।