ତାଳଚେର: କେନ୍ଦ୍ର ସରକାର ସ୍ୱେଚ୍ଛଭାରତ ମିଶନ ଅଭିଯାନକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ବ୍ୟତୀକ୍ରମ ତାଳଚେର ଦେଉଳବଡ଼ା ଖଣିର କର୍ତୁପକ୍ଷ ରହୁଥବା କୋଲନୀ ଗୁଡ଼ିରେ ବିଭିନ୍ନ ସ୍ଥାନ ଓ ଡେ଼୍ରନ୍ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି । ଏହି କୁଢ଼କୁଢ଼ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏବଂ ଅନାବନା ଗଛର ଜଙ୍ଗଲ ହେବା ସହ ଏକ ଅସ୍ୱାସ୍ଥ୍ୟକର ପରିବଶେ ସୃଷ୍ଟି କରିଛି । ଫଳରେ ନାକଫଟା ଦୁର୍ଗନ୍ଧ ସହ ମଶା, ମାଛି, ଓଡ଼ଷଙ୍କ ବଂଶ ବୃଦ୍ଧି ପାଇବା ସାଙ୍ଗକୁ ଡେ଼ଙ୍ଗୁ ରୋଗକୁ ହାତଠାରି ଡ଼ାକିବା ଅବସ୍ଥା ସୃଷ୍ଟି ହୋଇଛି । ପୁନଶ୍ଚ ଏହି ଅବସ୍ଥାରେ ଖଣି କର୍ତୁପକ୍ଷ ଓ ବାବୁଭାୟା ଓ ସାହେବମାନେ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କାହାର ସାମାନ୍ୟତମ ଦୃଷ୍ଟି ପଡ଼ୁନଥିବା ଅଭିଯୋଗର କାରଣ ପାଲଟିଛି ।