୨୦୨୦-୨୧ରେ ଅର୍ଥନୀତି ୧୧% ଖସିବ

ଇକ୍ରା ରିପୋର୍ଟ : କରୋନା ସଂକ୍ରମଣ ବୃଦ୍ଧି ପ୍ରଭାବ

ନୂଆଦିଲ୍ଲୀ  :ଦେଶରେ କରୋନା ସଂକ୍ରମଣ ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ​ରେ ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ଏ ନେଇ ଚେତାଇ ଦେଇଛି ରେଟିଂ ଏଜେନ୍ସି ଇକ୍ରା। ପୂର୍ବରୁ ଏଜେନ୍ସି ଭାରତର ଜିଡିପିରେ ୯% ହ୍ରାସ ଘଟିବା ନେଇ ପୂର୍ବାନୁମାନ କରିଥିଲା। ଏବେ ଏଜେନ୍ସି ଏଥିରେ ସଂଶୋଧନ କରିଛି।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ପାଇଁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧିରେ ୧୪% ହ୍ରାସ ଘଟିବାକୁ ଯାଉଥିବା ​ଆ‌ର୍ଥିକ ​କ୍ଷେତ୍ରର ​‌କେ​ତେକ ବିଶେଷଜ୍ଞ ପୂର୍ବରୁ ଆକଳନ କରିଥିଲେ। ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧିରେ ୨୩.୯% ହ୍ରାସ ଘଟିଥିଲା। ତେବେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ ଜିଡିପିରେ ୧୨.୪% ହ୍ରାସ ଘଟିବାକୁ ଥିବା ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.

18 − ten =