କଟକ: ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ଯେ କୌଣସି ମନ୍ଦିର ବର୍ତମାନ ସ୍ଥିତିରେ ଖୋଲିଲେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିପାରେ ଓ ସବୁଠି ପୋଲିସ ମୁତୟନ କରି କଟକଣା ଜାରି କରିବା ସମ୍ଭବପର ନୁହେଁ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସିଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଂଗରେ ରାଜ୍ୟ ସରକାର ହାଇକୋର୍ଟରେ ଏଭଳି ଜବାବ ରଖିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରପିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆଇ.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଇନ ବିଭାଗ ଅନୁସଚିବ ଡି.ମାରାଣ୍ଡିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଏଭଳି ଦାଖଲ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପରିସରରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ । ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରିବା କଷ୍ଟକର ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି । ସବୁ ମନ୍ଦିରରେ ଏକ ସମୟରେ ପୋଲିସ ମୁତାୟନ କରିବା ସମ୍ଭବ ନୁହେଁ । ଏବେ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇନ ଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରାଯାଉଛି । ଜିଲ୍ଲା କର୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ହବୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଇ ନ ଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସଂପାଦନ କରାଯାଉଛି । ଜିଲ୍ଲା କର୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫଳରେ ଧର୍ମାନୁଷ୍ଠାନରେ ନିୟମିତ ନୀତି ପ୍ରଭାବିତ ହେବା ପୁରୀରେ ରଥାଯାତ୍ରା ପୂର୍ବରୁ ଓ ପରେ ଶ୍ରୀଜଗନ୍ନାଥ ମନ୍ଦିରର ସେବକ ଓ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି । ଯଦି ଅଧିକ ସେବକ ସଂକ୍ରମିତ ହୁଅନ୍ତି ତେବେ ମନ୍ଦିରାରେ ନୀତି ସମ୍ପାଦନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରସିଦ୍ଧି ତିରୁପତି ମନ୍ଦିର ଜୁନ୍ ୧୧ରୁ ଖୋଲିବା ପରେ ଏହାର ୭ ଶହ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ତିରୁପତିର ଅଂଶ ତିରୁମାଲାରେ ୩ ଜଣ କର୍ମଚାରୀଙ୍କ ଜୀବନ ହାନି ହୋଇଛି । ତେଣୁ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଥିଲେ । ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଓ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦିଆଯାଇଛି ।