ନୂଆଦିଲ୍ଲୀ- ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ୨୮ ବର୍ଷ ପରେ ଆଜି ବାବରି ମସଜିଦ ଭଙ୍ଗା ମାମଲାର ଶୁଣାଣି ହେବ । ଲକ୍ଷେ୍ନø ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି । ରାୟ ଶୁଣାଣି ବେଳେ ବିଜେପି ନେତା ଏଲ.କେ .ଆଡଭାନି, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ରହିବା ପାଇୁଁ ନିର୍ଦେଶ ଦିଆଯାଇଛି । ତେବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଆଇସୋଲେସନରେ ଥିବାରୁ ନିଜ ପକ୍ଷ ରଖି ପାରିବେନି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଜଣାଇଛନ୍ତି । ରାୟ ଆସିବା ପୁର୍ବରୁ ଉତର ପ୍ରଦେଶର ବିିଭନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।