୨୮ ବର୍ଷ ପରେ…

ବିବାଦୀୟ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ୨୮ ବର୍ଷ ପରେ ଏହି ଗୃରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି । ବର୍ଷେ ବା ୨ ବର୍ଷ ନୁହେଁ; ଏକରିକି ୧୦ ବର୍ଷ ମଧ୍ୟ ନୁହେଁ, ଏହା ପୂର୍ବର ଘଟଣା ୨୮ ବର୍ଷ ପୂର୍ବରୁ ହଜାର ହଜାର କରସେବକ ଉତରପ୍ରଦେଶରେ ରୁଣ୍ଡହୋଇଥିଲା ବେଳେ ଦୀର୍ଘବର୍ଷ ବ୍ୟାପି ସେମାନଙ୍କ ମନରେ ସୃଷ୍ଟି ହୋଇରହିଥିବା ଚାପାଉତେଜନା ଓ କ୍ରୋଧ ଗୋଟିଏ ମୁହୁର୍ତରେ ଭାବାବେଗ ଜନିତ ପ୍ରତିକ୍ରିୟାରୁ ଏହି ବିବାଦୀୟ ଢାଂଚାକୁ ଭାଙ୍ଗିଦେବାରେ ସମର୍ଥ ହୋଇଥିବା । ଏଥିନେଇ ସିବିଆଇ ସ୍ୱତନ୍ତ୍ର କୋର୍ଟ ପକ୍ଷରୁ ୪୯ ଜଣ ଅଭିଯୁକ୍ତଙ୍କୁ ନୋଟିସ ଜାରି ହୋଇଥିଲେ ହେଁ ପରବର୍ତୀ ସମୟରେ ବିଗତ ୩ ଦଂଶଧି ମଧ୍ୟରେ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିସାରିଥିଲା ବେଳେ ୩୨ ଅଭିଯୁକ୍ତଙ୍କ ବିରୋଧରେ ମାମଲାର ବିଚାର ଚାଲିଥିଲା । ଏମାନେ ୧୯୯୨ ଡିସେମ୍ବର ୬ ତାରିଖରେ ବିବାଦୀୟ ଭଙ୍ଗା ମାମଲାରେ ସଂପୃକ୍ତ ଅଭିଯୁକ୍ତମାନେ ଏହି ବିବାଦୀୟ ଢାଂଚାକୁ ଭାଙ୍ଗିବା ଅଭିଯୋଗ କରାଯାଇଥିବାରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ପକ୍ଷରୁ ଯେଉଁ ପ୍ରମୁଖ ରାଜନୈତିକ ନେତାମାନଙ୍କୁ ନୋଟିସ୍ ଜାରି କରିଥିବା ତନ୍ମଧ୍ୟରେ ଥିଲେ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଲକେ ଆଡଭାନି, ମୁରଳି ମନହରୋ ଯୋସି, ଉମା ଭାରତୀ, ବିନୟ ପଟିୟା, କଲ୍ୟାଣ ସିଂ ଓ ସାଧ୍ୱୀ ରିତମ୍ବରା ପ୍ରମୁଖ । ତେବେ ଏହି ରାୟ ବିଲମ୍ବରେ ପ୍ରକାଶ ପାଇଥିଲେ ମଧ୍ୟ ୩୨ ଅଭିଯୁକ୍ତଙ୍କୁ ନିର୍ଦୋଷ ବୋଲି କୋର୍ଟ ରାୟରେ ପ୍ରକାଶ କରିଛନ୍ତି । ଏଥିରେ କୁହାଯାଇଛି ଉକ୍ତ ବିବାଦୀୟ ଢାଂଚା ନିର୍ଦ୍ଧିଷ୍ଟ ଯୋଜନା କରି ଭଙ୍ଗାଯାଇଥିବାର କୌଣସି ପ୍ରମାଣ ନଥିବାରୁ ଏବଂ ଏହା କ୍ଷଣିକ ଉତେଜନା ଓ ଉନ୍ମାଦନାର ଫଳ ହୋଇଥିବାରୁ ଅଭିଯୁକ୍ତମାନେ ଦୋଷୀ ନୁହନ୍ତି । ତେବେ ଏଠାରେ କୁହାଯାଇପରେ, ଏହି ବିବାଦୀୟ ଢାଂଚା ଭଙ୍ଗା ମାମଲା ଦେଶରେ ଦୁଇ ଯୁଗ ଧରି ସାମାଜିକ ଅସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେଉଥିଲା । ବିଳମ୍ବରେ ହେଉପଛେ, ନ୍ୟାୟ ମିଲିବା ବାସ୍ତବରେ ସ୍ୱାଗତଯୋଗ୍ୟ । ଏହା ପ୍ରମାଣ କରୁଛି, ସମୟ ବଡ ବଳବାନ ।

Leave A Reply

Your email address will not be published.

3 × five =