ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ


ଉତରପ୍ରଦେଶ- ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହିତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇ ଦେବେ ଏବଂ ସେମାନଙ୍କ ରହିବା ପାଇଁ ହାଥରସରେ ରାଜ୍ୟ ଅର୍ବାନ ଡେଭଲପେମେଂଟ ଏଜେନ୍ସି ତରଫରୁ ଘର ଯୋଗଇ ଦିଆଯିବ । ଗତକାଲି ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ଭାଇ ଓ ବାପାଙ୍କ ସହ ଆଲୋଚନା କରିଛନ୍ତି । ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.

eleven + 17 =