ଘର ବାରଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ


ନବରଙ୍ଗପୁର- ଆସିଲାନି ଆମ୍ବୁଲାନ୍ସ, ଘରେ ବାଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ । ଯୁବକ ଜଣଙ୍କ ଖରା, ବର୍ଷାରେ ଦୁଇ ଦିନ ପଡି ରହିବା ପରେ ଆମ୍ବୁଲାନ୍ସ ଆସିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଗତ ୨୯ ତାରିଖରେ କରୋନା ପଜିଟିଗଭ ଚିହ୍ନଟ ହେବା ପରେ ଘରକୁ ପଳାଇ ଆସି ବାରଣ୍ଡାରେ ରହୁଥିଲେ । ଘରେ ବୟସ୍କ ବାପା ମା ରହୁଥିବାରୁ ସେ ହସ୍ପିଟାଲ ଯିବେ ବୋଲି ଜଣାଇଥିଲେ । କିନ୍ତୁ କାହାର କିଛି ଦେଖା ମିଳି ନଥିଲା । ସେ ଚିକିତ୍ସା ନପାଇ ସେମିତି ଘର ଆଗରେ ପଡି ରହିଲେ । ଏହି ଘଟଣା ସମ୍ପର୍କରେ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଗତକାଲି ରାତିରେ ଆମ୍ବୁଲାନ୍ସ ପଂହଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲା ।

Leave A Reply

Your email address will not be published.

15 − 14 =