ଟ୍ରମ୍ପଙ୍କୁ କରୋନା : ଆର୍ମି ମେଡିକାଲରେ ଭର୍ତି

ୱାସିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ମ୍ୟାରିଲେଣ୍ଡ ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ଥାସ୍ଥ୍ୟାବସ୍ଥା ସ୍ଥିର ରହିଛି ।ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାଙ୍କ ସ୍ଥାସ୍ଥ୍ୟବସ୍ଥା ଭଲ ଥିଲେ ମଧ୍ୟ ମେଡିକାଲ ଏକ୍ସପର୍ଟଙ୍କ କହିବାନୁଯାୟୀ ସେ ମେଡିକାଲରେ ଆଡମିଟ ହୋଇଛନ୍ତି । ଟ୍ରମ୍ପ ମାସ୍କ ପରିଧାନ କରି ହ୍ୱାଇଟ ହାଉସ୍ର ବାହାରି ଏକ ହେଲିକାପ୍ଟରରେ ୱାଲଟର ରିଡ୍ ଆର୍ମି ମେଡିକାଲ ସେଂଟରକୁ ଯାଇଥିବା ଜଣାଯାଇଛି । କିଛି ଦିନ ପାଇଁ ସେ ସେଠାରୁ ନିଜ କାର୍ଯ୍ୟ ପରିଚାଳନା କରିବେ ବୋଲି ଜଣାଯାଇଛି । ଆସନ୍ତା ମାସ ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ତା’ ପୂର୍ବରୁ ଟ୍ରମ୍ପଙ୍କ ଏକାଧିକ ରାଜନୈତିକ ରାଲିରେ କାର୍ଯ୍ୟକ୍ରମ ଥିଲା । ତେବେ ସେଗୁଡିକ ଭର୍ଚୁଆଲ ମୋଡରେ କରାଯାଇପାରେ କିମ୍ବା ବାତିଳ ହୋଇପାରେ ବୋଲି ସୂଚନା ମିଳିଛି । ଟ୍ରମ୍ପଙ୍କ ପରିବାର ସଦସ୍ୟଙ୍କୁ ନେଇ ହେବାକୁ ଥିବା ରାଲିକୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପକ୍ଷରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ଙ୍କ କରୋନା ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି ।

Leave A Reply

Your email address will not be published.

one × 3 =