ଚୀନର ମୁକାବିଲା ଲାଗି ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ବିଶ୍ୱରେ ଚୀନର ପ୍ରାଦୁର୍ଭାବ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଏକାଠି ହୋଇଛନ୍ତି ବିଶ୍ୱର ସୁପରପାଓ୍ବାର ଆମେରିକା ଓ ଅନ୍ୟ ୩ଟି ଶକ୍ତିଶାଳୀ ଦେଶ-ଭାରତ, ଜାପାନ ଓ ଅଷ୍ଟ୍ରେଲିଆ । ଏହି ୪ଟି ଦେଶକୁ ନେଇ ଗଠିତ ମେଣ୍ଟ କ୍ବାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ ଯାଉଛି । ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେବେ । ଭାରତ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଯୋଗ ଦେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ବାଡ ସଂଗଠନରେ ଏହା ହେଉଛି ୨ୟ ମନ୍ତ୍ରୀସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା ।

Leave A Reply

Your email address will not be published.

16 − 10 =