ସୁନ୍ଦରଗଡ଼ରେ ଆଇଟିଆଇରେ ତାଲିମ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୨ଟି ବେସରକାରୀ ଆଇଟିଆଇ ଫଟର୍ ଟ୍ରେଡ୍ରେ ବର୍ଷକୁ ୪୮୦ ଜଣ ଓ ୱେଲ୍ଡର ଟ୍ରେଡ୍ରେ ୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା ରହିଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକା ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ୍ ଜରିଆରେ ନିଯୁକ୍ତି ପ୍ରଦାନ ଲାଗି ତାଲିମ୍ କାର୍ଯ୍ୟକ୍ରମରେ ବିଭିନ୍ନ ଟ୍ରେଡ୍ରେ ତାଲିମ୍ ଦିଆଯାଇଥାଏ । ସେଥିମଧ୍ୟରେ ମିସ୍ତ୍ରୀ, ରାଜମିସ୍ତ୍ରୀ, ବଢେ଼ଇ ଆଦି କାମରେ ଯୁବକ ଯୁବତୀମାନଙ୍କୁ ତାଲିମ୍ ଦିଆଯାଉଛି ।
ଏହାଛଡ଼ା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଚଳାଯାଉଥିବା ଦିନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ୧୦ ଜଣ ୱେଲ୍ଡର ଓ ୧୧ ଜଣ ଫିଟର୍ଙ୍କୁ ତାଲିମ୍ ଦିଆଯାଇଛି । ଓରମାସ୍ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ୫୭୦ ଜଣ ପ୍ରାର୍ଥୀଙ୍କୁ ମିସ୍ତ୍ରୀ/ରାଜମିସ୍ତ୍ରୀ ଟ୍ରେନିଂରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ମାଗଣା ତାଲିମ୍ ସହିତ ମଜୁରୀ ବାବଦୀୟ ଅର୍ଥ, ଯନ୍ତ୍ରପାତି ଓ ମାନପତ୍ର ଆଦି ଦିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.

five + twenty =