ରାଜଧାନୀ ଭୁବନେଶ୍ୱରରେ ଗତ ବୁଧବାର ୭ ତାରିଖ ଦିନ ମଧ୍ୟାହ୍ନରେ ଯେଉଁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟିଛି ସେଥିରେ ଜଣକର ମୃତ୍ୟୁ ଘଟିସାରିଲାଣି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି, ଅନୂ୍ୟନ ୩୦ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିଲେ ହେଁ ସେଥିରୁ ଜଣଙ୍କ ମୃତ୍ୟୁ ଘଟିସାରିଛି । ବାକି ଅନ୍ୟମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ପ୍ରକାଶ । ତେବେ ଏହି ବିସ୍ଫୋରଣ ପେଟ୍ରୋଲ ଟାକି ଅନ୍ତର୍ଗତ ଏକ ଏଲପିଜି ଟାଙ୍କିରେ ଘଟିଥିଲା ବେଳେ ପ୍ରାୟ ୩୦୦ ଫୁଟ ଉଚ୍ଚର ନିଆଁ ଆଗିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତମାନଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାଟି ସମସ୍ତକୁ ଅବାକ୍ କରିଦେଇଛି । କୁହାଯାଉଛି ବିସ୍ଫୋରଣ ଅତିଭୟଙ୍କର ହୋଇଥିଲା ବେଳେ ଏହାର ଶବ୍ଦ ପ୍ରାୟ ୧୦କିଲୋ ମିଟର ପର୍ଯ୍ୟନ୍ତ ସୁବିଥିଲା । ଏଥିରେ ଅନେକ ବ୍ୟକ୍ତିଙ୍କ ମାଂସ ପିଣ୍ଡୁଳା, ଖପୁରି, ହାତ ଆଙ୍ଗୁଠି ପ୍ରଭୁତି ଘଟଣା ସ୍ଥଳରେ ବିଛେଇ ହୋଇ ପଡିଥିଲା । ତେବେ ସେ ଯାହା ହେଉନା କାହିଁକି, ରାଜଭବନ ଛକ ନିକଟରେ ଖୋଦ୍ ରାଜ୍ୟପାଳଙ୍କ ବାସଭବନ ସମେତ ବହୁ ବରିଷ୍ଠ ଅଫିସରମାନଙ୍କ ସରକାରି ବାସଭବନ ରହିଛି । ଏପରି ସ୍ଥଳେ ବିସ୍ଫୋରଣ ଘଟିବା କିପରି ସମ୍ଭବ ହେଲା? ଯଦି ଏହି ପରି ଘଟେ, ତେବେ ଆଗକୁ ଏହାର ପୁନ୍ନରାବୃତି ଆଉ କେଉଁଠି ହେବା ଅସମ୍ଭବ ନୁହେଁ । କମିସନରେଟ ପୋଲିସ ଏହି ଟାଙ୍କି ମାଲିକାଣୀ ଟି ବିଜୟଲକ୍ଷ୍ମୀଙ୍କ ନାମରେ ମକଦମା ପାଇଁ ମାମଲା ରୁଜୁ କରିବା ସହ ତଦନ୍ତ ଚଲାଇଛନ୍ତି । ଉକ୍ତ ଭୟାଭହ ଦୁର୍ଘଟଣା ନାନା ପ୍ରଶ୍ନ ଉଠାଇ ଥାଏ । ଗ୍ୟାସ ଟାଙ୍କିରେ ନିଆଁ ଲାଗିଲା କିପରି? ପେଟ୍ରୋଲ ଟାଙ୍କି ପକ୍ଷରୁ ସେଠରେ ମାତ୍ର ୪ଜଣ କର୍ମଚାରି ଥିବା ସଫେଇ ଦିଆଯାଇଥିଲା ବେଳେ ଏଥିରେ ସତ୍ୟର ମାତ୍ରା ପ୍ରାୟତଃ ନଥିଲା ଭଳି ଜଣାପଡିଛି । ମଙ୍ଗଳବାର ଦିନ ଏହି ଟାଙ୍କିକୁ ଯାଂଚ କରାଯାଇଥିଲା । ବୁଧବାର ମଧ୍ୟାହ୍ନ ବେଳା ଗ୍ୟାସ ଟାଙ୍କିରେ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତି ହୋଇଥିଲା । କୌଣସି କାରଣରୁ ନିଆଁ ଲାଗି ଏପରି ଘଟିଥିବା କୁହାଯାଉଛି । ତେବେ ଏଥିରେ ମୃତ୍ୟୁ ପାଇଁ ଓ ଆହତ ହେବା ବ୍ୟକ୍ତିଙ୍କୁ କ୍ଷତିପୁରଣ ଦେବ କିଏ? ଏଥିନେଇ ଗ୍ୟାସ୍ କମ୍ପାନୀ ଗୁଡିକଠାରୁ କ୍ଷତିପୁରଣ ଲାଗି ଆବଶ୍ୟକ ଅର୍ଥ ଅଣାଯିବା ଆବଶ୍ୟକ । ଏହା କେବେ ଘଟିବ?