ପେଟ୍ରୋଲପମ୍ପ ବିସ୍ଫୋରଣ : ଜଣେ ମୃତ : ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଏଲପିଜି ଲିକ୍ରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା ବୋଲି ପେଟ୍ରୋଲଲିୟମ ଆଣ୍ଡ ଏକ୍ସପ୍ଲୋସିବ୍ ସେପ୍ଟି ଅର୍ଗାନାଗେସନ୍ (ପୋସ୍କୋ)ର ଉପ ମୁଖ୍ୟ କଂଟ୍ରୋଲର କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏହା ଜଣାଯାଇଛି । ପ୍ରଥମେ ହାଇଡ୍ରୋଜେନ୍ ଓ ପରେ ନାଇଟ୍ରୋଜେନ୍ ଗ୍ୟାସ ରିଫିଲିଂ କରାଯାଇଥିଲା । ଏଲପିଜି ରିଫିଲିଂ ସମୟରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା । ସେତେବେଳେ ସାଢେ ୪ଟନ୍ ଗ୍ୟାସ ମହଜୁଦ ଥିଲା ବୋଲି ସେ କହିଛନ୍ତି । ସେହିପରି ୧୦ହଜାର ଲି. ପାଣି ମଧ୍ୟ ଥିଲା । ତେବେ ପ୍ରାଥମିକ ତଦନ୍ତ ଶେଷ ହୋଇଥିଲା ବେଳେ ବିସୃତ ତଦନ୍ତ ପରେ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କର ଆଜି କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣଙ୍କର ଅବସ୍ଥା ବହୁ ସଂକଟାପର୍ନ୍ନ ରହିଛି । ଏନେଇ ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ରଘୁନାଥନଗରପଲ୍ଲୀ ଅଞ୍ଚଳର ସତ୍ୟ ନାୟକ (୩୭) । ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାଛଡା ଉତର ପ୍ରଦେଶ ଲକ୍ଷେ୍ନøର ରିପୁ ଦାମନ (୩୨)ଙ୍କୁ ଟ୍ରମା ଆଇସିୟୁରେ ରଖାଯାଇଛି ।
ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଗତକାଲି ବିସ୍ଫୋରଣ ବେଳେ ୪ଜଣ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଆଜି କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ବେଳେ ଦ୍ୱିତୀୟ ବ୍ୟକ୍ତିଜଣଙ୍କ ଚିକିତ୍ସା ହେଉଛନ୍ତି । ତୃତୀୟ ବ୍ୟକ୍ତିଜଣଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ମାତ୍ର ୪ର୍ଥ ବ୍ୟକ୍ତିଜଣଙ୍କ କୌଣସି ପତା ମିଳିନାହିଁ । ସେ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ବିସ୍ଫୋରଣ ଦ୍ୱାରା ସୃଷ୍ଟି ହୋଇଥିବା ଗାତ ଭିତର ତନ ତନ କରି ଯାଞ୍ଚ କରାଯିବ ବୋଲି ସୂଚନା ଦେଇ କହିଛନ୍ତି ଯେ, ଗାତ ଭିତରେ କେହି ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଳ୍ଲାର ଆସକା ଥାନା ଅନ୍ତର୍ଗତ ଗହଙ୍ଗ ଗ୍ରାମର ସୀମାଞ୍ଚଳ ପରିଡା ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ସେ ଆଇଓଏଲ୍ର ଜଣେ କର୍ମଚାରୀ । ଗତକାଲି ମରାମତି ବେଳେ ସେ ପେଟ୍ରୋଲ ଟାଙ୍କୀରେ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ପେଟ୍ରୋଲଟାଙ୍କି ବିସ୍ଫୋରଣରେ ମୃତକଙ୍କ ପରିବାରକୁ ୮ଲକ୍ଷ, ଗୁରୁତର ଆହତଙ୍କ ପରିବାରକୁ ୪ଲକ୍ଷ ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ)ଆଜି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନ ପ୍ରାୟ ୧ଟା ୧୨ଟାରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଥିଲା ରାଜଧାନୀର କେନ୍ଦ୍ରସ୍ଥଳୀ । ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି ଥରିଉଠିଥିଲା । କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡିବାଲେ ଲାଗିଥିଲେ । ରାସ୍ତାରେ ଲୋକଙ୍କ ଶରୀରରର ମାଂସ ଖଣ୍ଡ ଛିଟିକି ପଡିଥିଲା । ପାଖାପାଖି ୩୦ରୁ ଅଧିକ ଆହତ ହୋଇଥିବା କୁହାଯାଇଚି । କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ । ପେଟ୍ରୋଲ ପମ୍ପରେ ଥିବା ଏଲ୍ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ସୂଚନାଯୋଗ୍ୟ ଯେ, ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ବୋଲି ଟୁଇଟ୍ କରି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ବାକିଥିବା ଗ୍ୟାସକୁ ବାହାର କରାଯାଇଛି । ଆଇଓସିଏଲ୍ ଅଧିକାରୀ ଫାଟିଥିବା ଗ୍ୟାସ ଟାଙ୍କିକୁ ଖାଲି କରିଦେଇଛନ୍ତି ବୋଲି ଅଗ୍ନିଶମ ଡିଜି ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ।ପେଟ୍ରୋଲପମ୍ପ ବିସ୍ଫୋରଣ

Leave A Reply

Your email address will not be published.

fourteen + two =