ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅର୍ଥନୈତିକ ପ୍ରଗତି ବଜାୟ ରଖିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ଏଭଳି ଅଭାବନୀୟ ସମୟରେ ମଧ୍ୟ ଶିଳ୍ପାୟନକୁ ଜାରି ରଖିବାରେ ଓଡ଼ିଶା ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୮୭୯୬.୬୧ କୋଟି ଟଙ୍କା ବିନିଯୋଗରେ ସ୍ଥାପନ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି । ସେଥିମଧ୍ୟରୁ ୨ଟି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିବା ବେଳେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୭୦୯୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ଅକ୍ଷୟ ଶକ୍ତି, ଇସ୍ପାତ ସୂଚନା ପ୍ରଯୁକ୍ତି, ସିମେଂଟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ଶଳ୍ପ ସଂସ୍ଥାଗୁଡ଼ିକର ଶିଳନ୍ୟାସ ଓ ଉଦ୍ଘାଟନ ଦଶମ ପର୍ଯ୍ୟାୟରେ ଅଂଶଗ୍ରହଣ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟ କହିଛନ୍ତି । କରୋନା ମହମାରୀ ସତ୍ୱେ ପସନ୍ଦର ରାଜ୍ୟ ହୋଇ ରହିଛି । ରାଜ୍ୟ ଶିଳ୍ପାୟନର ପୁନରୁଦ୍ଧାର ଦିଗରେ ଏହି ପ୍ରକଳ୍ପଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ନୂତନ ଶିଳ୍ପ ପ୍ରକଳ୍ପ ଯେଭଳି ଶୀଘ୍ର ସ୍ଥାପନ ହେବ ସେଥିପାଇଁ ରାଜ୍ୟର ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଯାଜପୁରର ହରିଦାସପୁରର ରାମ୍କୋ ସିମେଂଟର ଗ୍ରାଇଣ୍ଡିଂ ପ୍ରକଳ୍ପ, ବରଗଡ଼ର ବିଜେପୁରର ଆଦିତ୍ୟ ବିର୍ଲା ରିନୁଏବଏସ୍ ଲିମିଟେଡ୍ର ସୌର ପ୍ରକଳ୍ପ, ଢେ଼ଙ୍କାନାଲ ଝାରବନ୍ଧରେ ରୁଙ୍ଗଟା ମାଇନ୍ସର ସମନ୍ୱିତ ଇସ୍ପାତ କାରଖାନାର କ୍ଷମତା ୨.୮୫ ଏମ୍ଟିପିଏକୁ ସମ୍ପ୍ରସାରଣ ଓ ସମ୍ବଲପୁରର ପାଣ୍ଡୋଲୋଇରେ ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଳିମିଟେଡ୍ର ପେଲେଟ୍ କାରଖାନା କ୍ଷମତା ୧.୨ ଏମ୍ଟିପିଏକୁ ସମ୍ପ୍ରସାରଣ । ଖୋର୍ଦ୍ଧାର ଇନଫୋଭାଲି ଏସ୍ଇଜେଡ୍ରେ ୟୁବିଏନ୍ ସଫ୍ଟଓୟାର ପ୍ରକଳ୍ପ, ଖୋର୍ଦ୍ଧାର ଡେରାସରେ ବ-ୱାନ ବିଜନେ୍ ହାଉସ୍ର ସି’ ଫୁଡ ପ୍ରୋସେସିଂ ୟୁନିଟ୍, ବଲାଙ୍ଗୀରରେ ସ୍ୱସ୍ତି ଇକୋଓୟାରସ୍ର ପ୍ରକଳ୍ପ ଖୋର୍ଦ୍ଧାର ଛତାବରରେ ବୈଦ୍ୟବୁଟି ଫାର୍ମାସିର ମାନୁଫାକ୍ଚରିଂ ୟୁନିଟ୍ ଓ ମେହାନ ଇଣ୍ଡଷ୍ଟ୍ରିଜ୍ର କଏର ମାଟ୍ରେସ୍ ଆଣ୍ଡ୍ ଫୋମ୍ ଉତ୍ପାଦନ କାରଖାନା, କଟକର ରାମଦାସପୁରରେ ଡାଇଭର୍ସିଫାଏଡ ଏନର୍ଜି ସଲୁ୍ୟସନ୍ସ ଲିମିଟେଡ୍ର ୟୁନିଟ୍ ଓ ସ୍ୱାଗତ ୟୁରେଥିନ୍ର ଉତ୍ପାଦନ କାରଖାନା ଏବଂ ଓମ୍ ଇକୋ ବିଲ୍ଡ ଟେକ୍ର ଉତ୍ପାଦନ କରାଖାନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ରାଜ୍ୟର ନୂତନ ଶିଳ୍ପ ପ୍ରକଳ୍ପ ସ୍ଥାପନ ହୋଇଥିବାରୁ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆନନ୍ଦ ପ୍ରକଟ କରିଛନ୍ତି । ଢେ଼ଙ୍କାନାଲ ରୁଙ୍ଗଟା ମାଇନ୍ସ ପ୍ରକଳ୍ପର ଉଦ୍ଘାଟନ ଅବସରରେ ଇସ୍ପାତ ଓ ଖରି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ବରଗଡ଼ର ବିଜେପୁରରେ ଆଦିତ୍ୟ ବିର୍ଲା ରିନୁଏବଲସ୍ ଲିମିଟେଡ୍ର ସୌର ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ଥିଲେ । ଅନ୍ୟ ପ୍ରକଳ୍ପଗୁଡିକ ଶିଳାନ୍ୟାସ ଅବସରରେ ଯଥାକ୍ରମେ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରଣବ ବଳବନ୍ତରାୟ, ରୀତରାଣୀ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇଡ୍କୋ ସିଏମ୍ଡି ସଞ୍ଜୟ ସିଂହ ଓ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।