ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ କଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ବର: କୋଭିଡ୍ ଆଇନ୍ ଉଲ୍ଲଂଘନ ନେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିଥିବା ଜଣାଯାଇଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରିବାକୁ କମିସନରେଟ ପୁଲିସ ପକ୍ଷରୁ ନୋଟିସ ଜାରି ହୋଇଛି । ପୁଲିସ ଓ ବିଏମସି ଅଧିକାରୀ ଅଫିସ୍ ସିଲ୍ କରିବାକୁ ପହଞ୍ଚିଥିବାର ଖବର ମିଳିଛି ।

Leave A Reply

Your email address will not be published.

3 × four =