ପଣ୍ଡିତ ଗୋପବନ୍ଧୁ ଓଡିଆ ଜାତିର ଗର୍ବ ଓ ଗୌରବ

ଭୁବନେଶ୍ୱର : ଏକାଧାରରେ ସାହିତି୍ୟକ, ସାମ୍ବାଦିକ, ଓକିଲ ତଥା ଓଡିଶାରେ କଂଗ୍ରେସର ଭଗୀରଥ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଳି ଜଣାଇ ବିଶିଷ୍ଟ ବ୍ୟକ୍ତିମାନେ କହିଲେ ଯେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୌରବ । ଗତକାଲି ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡିଓ ଯୋଗେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ସୂଚନା ଦେଇ ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ କହିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ନିକଟରେ ଓଡିଆ ଜାତି ଋଣୀ । ଓଡିଶାର ପ୍ରତ୍ୟେକ ଯୁବ, ଛାତ୍ରଙ୍କ ଭିତରେ ଓଡିଆତ୍ୱ ପ୍ରବେଶ କରାଇବା ଆଜିର ଆହ୍ୱାନ । କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି କହିଲେ ଯେ ଓଡିଆ ଜାତି ଯେଉଁମାନଙ୍କୁ ନେଇ ଗର୍ବ କରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ହେଲେ ଅଗ୍ରଗଣ୍ୟ । ଓଡିଆ ଜାତିର ମହାନ୍ ଜନନେତା ଭାବେ ତାଙ୍କୁ ଓଡିଆ ଜାତି କୌଣସି ପରିସ୍ଥିତିରେ ଭୁଲିପାରିବ ନାହିଁ ।

Leave A Reply

Your email address will not be published.

18 − 8 =