ବ୍ରହ୍ମଗିରି: ସ୍ଥାନିୟ ଡିମିରିସେଣା ଗ୍ରାମର ହରିଜନ ବସ୍ତିରେ ଆଜି ଜମି ବିବାଦକୁ କେନ୍ଦ୍ରକରି ତେଂଟାମାଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋସ୍ ସେଠାରେ ମୁତୟନ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରାମରେ ଜମି ବିବାଦକୁ ନେଇ ମୁଖ୍ୟତଃ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । ପରସ୍ପର ଏଥିରେ ତେଂଟା ଓ କୁରାଢି ବ୍ୟବହାର କରିଥିଲା ବେଳେ ଯେଉଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ସେମାନେ ହେଲେ କାଳିଆ ଭୋଇ ଓ ସୁରିଆ ଭୋଇ । ଜଣାପଡିଛି ଯେ ଏହି ଦୁଇ ପରିବାର ପାଇବିଛାଇବାକୁ ଯାଇ ଏପରି ସଂଘର୍ଷରେ ଲିପ୍ତ ରହିଥିଲେ । ଏହା ପରେ ଆହତମାନଙ୍କୁ ପ୍ରଥମେରେ ବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ସହିତ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣଙ୍କର ପୁରୀ ମେଡିକାଲରେ ମୃତ୍ୟୁ ହୋଇଛି । ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ କେତେକଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ବେଳେ ଆଉ କିଛି ଗୁରୁତରଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି ।