ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର:  ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।  କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ଥର ପାଇଁ ଆଜିଠୂ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।  ସକାଳ ୧୦ଟାରୁ ୩ ସିଫ୍ଟରେ ପରୀକ୍ଷା ହେବ । କରୋନା କଟକଣା ଅନୁଯାୟୀ ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  । କରୋନା ପଜିଟିଭ୍  ଛାତ୍ରଛାତ୍ରୀଙ୍କୁ  ପରୀକ୍ଷା ନିମନ୍ତେ ଅନୁମତି ମିଳିଥିବା ବେଳେ  ସେମାନଙ୍କ ପାଇଁ ସ୍ୱତନ୍ତ୍ର isolation ରୁମ୍‌ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

16 − 9 =