ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ

ଭୁବନେଶ୍ୱର: ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି । ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଅ।ୟୋଜିତ ଅ ।ନ୍ତର୍ଜାତିକ ୱେବିନାର ରେ ଭାଗ ନେଇ ବିଶିଷ୍ଟ ବକ୍ତା ମାନେ ଉଭୟ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ସ୍ୱର୍ଗତଃ ସହୀଦଙ୍କ ନାମରେ ଭବ୍ୟ ସ୍ମାରକୀ ର୍ନିମାଣ କରାଯିବାର ଅ ।ବଶ୍ୟକତା ଉପରେ ଜୋର ଦେଇଥିଲେ । ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ମାସିକ ପତ୍ରିକା ଉକ୍ରଳ ଭାରତୀ ଅନୁକୁଲ୍ୟରେ ଅନୁଷ୍ଠିତ । ଏହି ଅନଲାଇନ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟ ବିଧାନ ସଭାର ବାଚ୍ଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର , ବାଳୁତ ବାଜି ରାଉତ ଙ୍କର ଦେଶ ମା ୃକା ପାଇଁ ସର୍ବୋଚ୍ଚ ତ୍ୟାଗ ତଥା ଦୁର୍ଦ୍ଧାନ୍ତ ଫିରିଙ୍ଗି ବାହିନୀ ବିରୁଦ୍ଧରେ ଲଢ଼ିବା ପାଇଁ ଅଦମ୍ୟ ସାହସ କୁ ଉଦ୍ଧାର କରି , ଏହି ଗୌରବ ଗାଥା ଦ୍ୱାରା ଅ ।ମର ବର୍ତମାନ ଓ ଭବିଷ୍ୟତ ଅନୁପ୍ରାଣିତ ହେବାକୁ ଅ ।ହ୍ୱାନ ଜଣାଇଥିଲେ । ବାଜି ଏବଂ ତାଙ୍କର ସାଥି ମାନଙ୍କ ଦ୍ୱାରା ପ୍ରାରମ୍ଭ, ପ୍ରଜାମଣ୍ଡଳୀ ଅ ।ନେ୍ଦାଳନ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ବେଶ ପ୍ରଭାବିତ କରିଥିଲା, ଯାହା ଫଳରେ ପ୍ରଥମେ ବ୍ରିଟିଶ ଶାସନର ବିନାଶ ଏବଂ ତା ପରେ ରାଜା ରାଜୁଡାଙ୍କର ଜମିଦାରୀ ଉଛେଦ ଘଟିଥିବା ଡ଼. ପାତ୍ର ଦର୍ଶାଇଥିଲେ ।
ୱେବ ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଜି ରାଉତଙ୍କର ବୀରଭୂମି ର ସନ୍ତାନ ତଥା ରାଜ୍ୟ ଖଣି , ଇସ୍ପାତ ,ଓ ପୁର୍ତୀ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଅ ।ଜିର ଯୁବ ସମ୍ପ୍ରଦାୟ ସ୍ୱାଧୀନତା ସେନାନୀ ମାନଙ୍କର ଜୀବନୀ , ଦର୍ଶନ ଓ ଅ ।ଦର୍ଶ ଦ୍ୱାରା ଉଦବୁଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ଯୁବକମାନଙ୍କୁ ଲଗାତାର ଭାବେ ଦେଶ ପ୍ରତି ସେମାନଙ୍କର ଦାୟିତ୍ୱବୋଧତା ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ ଦର୍ଶାଇଥିଲେ ।
ସମ୍ମାନୀତ ବକ୍ତା କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ ବାନର ସୈନିକ ବାଜି ରାଉତ ଙ୍କର ଅନନ୍ୟ ଦେଶ ପ୍ରେମ , ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ଏବଂ ର୍ନିଭୀକ ସାହସ ର ଭୁରି ଭୁରି ପ୍ରସଂଶା କରିଥିଲେ । ତେବେ ଏହି ଶିଶୁ ସହୀଦ ପ୍ରତି ଯଥୋଚିତ ମର୍ଯ୍ୟାଦା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ଦିଅ ।ଯାଇନଥିବା ନେଇ ଡ଼. ଖୁଂଟିଅ । କ୍ଷୋଭ ପ୍ରକାଶ କରିଥିଲେ । ଭାରଚୁଅ ।ଲ ବୈଠକରେ ଉଦବୋଧନ ଦେଇ ଓଡିଶା ଫୋରମ ର ସଭାପତି ଗୋକୁଳ ପଟ୍ଟନାୟକ , ବାଜି ରାଉତ ଙ୍କର ବୀରତ୍ୱର ଅ ।ମର କଥା କୁ ଦେଶର ପାଠ୍ୟ ପୁସ୍ତକରେ ସ୍ଥାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ୨୦୩୬ ମସିହାରେ ଓଡିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତି ନେଇ ଏବେଠୁ ଭବିଷ୍ୟତ ଖସଡ଼ା ପ୍ରସ୍ତୁତ କରାଯିବାର ଅ ।ବଶ୍ୟକତା ରହିଥିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଅ ।ରୋପ କରିଥିଲେ ଶୋଭନୀୟ ଅ ।ନେ୍ଦାଳନର ମୁଖ୍ୟ ଗୁରୁମା ଡ଼. ଅରୁନ୍ଧତୀ ଦେବୀ , ଓଡ଼ିଶାର ସାମଗ୍ରିକ ବିକାଶ ଅଭିପ୍ରାୟ ରେ ସାରା ବିଶ୍ୱରେ ଓଡ଼ିଅ । ଅଧିବାସୀ ମାନେ ଏକଜୁଟ ହେବାକୁ ନିବେଦନ ଜଣାଇଥିଲେ ।

Leave A Reply

Your email address will not be published.

14 − 5 =