ଯାଜପୁର: ପ୍ରତ୍ୟେକ ଗ୍ରାମମାନଙ୍କର ଗୋଟିଏ ଗୋଟିଏ ପାର୍କ କରିବା ଦ୍ୱାରା ଲୋକମାନେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହ ସହର ଭଳି ପାର୍କର ସୁବିଧା ପାଇପାରିବେ । ଏହି ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତ ମାନଙ୍କରେ ଆରମ୍ଭ ହୋଇଛି ଗ୍ରାମ୍ୟ ପାର୍କ । ବଡଚଣା ବ୍ଲକ ମଝିପଡା ପଂଚାୟତ ଠାରେ ଏହି ଭଳି ଏକ ସୁନ୍ଦର ଗା୍ରମ୍ୟ ବଗିଚା ବା ପାର୍କ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅର୍ଥର ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅର୍ଥର ସମ୍ମିଶ୍ରଣରେ ଏହି ପାର୍କଟି ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ପରାମର୍ଶ ଓ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପାର୍କଟିର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ବିଡିଓ ଅଜିତ ନାରାୟଣ ଗିରି, ସ୍ଥାନୀୟ ସରଂପଚ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।