ବ୍ଲୁଇସ୍ ଏବେ ଧରିବ ଜମି ମାଫିଆଙ୍କୁ

ଭୁବନେଶ୍ୱର: ରାଜଧାନୀରେ ଶହ ଶହ ଏକର ସରକାରୀ ଜମି ଏବେ ଜମି ମାପିଆଙ୍କ କବ୍ଜାରେ । ଛୋଟ, ବଡ଼ ସରକାରୀ ପ୍ରକଳ୍ପ କଲା ବେଳକୁ ଜମି ମିଳୁନି । ଜମି ମିଳିଲେ, ସେଠାରୁ ଜବରଦଖଲ ହଟାଇବାକୁ ଗଲା ବେଳକୁ କୋର୍ଟରୁ ସ୍ଥଗିତାଦେଶ ଆସିଯାଉଛି । ତେଣୁ ଜମି ଜବରଦଖଲକାରୀଙ୍କୁ ଅଧିକ ସମୟ ନଦେଇ ତୁରନ୍ତ ଯେପରି ବେଆଇନ ନିର୍ମାଣ ଉଚ୍ଛେଦ ହେବ, ଅଧିକ ସରକାରୀ ଜମି ସରକାରଙ୍କ ଦଖଲକୁ ଆସିବ, ସେନେଇ ବ୍ଲୁଇସ୍ ଯୋଜନା ବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଂଟେଲିଜେନ୍ସ ସିଷ୍ଟମ ଆରମ୍ଭ ହୋଇଛି । ଏହା ଏମିତି ଏକ ବ୍ୟବସ୍ଥା, ଯେଉଁଥିରେ ଜଣେ ସାଧାରଣଲୋକ ଜବରଦଖଲ ହୋଇଥିବା ଜମିର ଫଟୋ ଉଠାଇ ପଠାଇପାରିବ । ଏହି ଫଟୋକୁ ଦେଖି ସାଧାରଣଲୋକ ଜବରଦଖଲ ହୋଇଥିବା ଜମିର ଫଟୋ ଉଠାଇ ପଠାଇପାରିବେ । ଏହି ଫଟୋକୁ ଦେଖି ବିଏମ୍ସି ଓ ବିଡିଏ ସ୍କ୍ୱାଡ୍ ଜମି ଉପରେ ଚଢ଼ଉ କରିବ । ଆଉ ମାପଚୁପ କରି ତୁରନ୍ତ ଉଚ୍ଛେଦ କରିବ । ବିଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମ୍ସି ଅଂଚଳରେ ଥିବା ସମସ୍ତ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ଲୋଡା ଯାଇଛି । ଯାହାାର ଘର ପାଖରେ, ଅଫିସ୍ ନିକଟରେ କି ଅନ୍ୟ କୌଣସି ସରକାରୀ ଜମି ଜବରଦଖଲ ହୋଇଥିବା ନଜରକୁ ଆସୁଛି, ତେବେ ସେମାନେ ଏହାର ଫଟୋ ଭିଡିଓ ଉଠାଇ ବ୍ଲୁଇସ୍ ଆପ୍ ମାଧ୍ୟମରେ ପଠାଇପାରିବେ । ଓରସାକ୍ ପକ୍ଷରୁ ଏହି ଅତ୍ୟାଧୁନିକ ଆପ୍ ପ୍ରସ୍ତୁତ ହୋଇଛି । ବିଏମ୍ସି, ବିଡିଏ ଓ ସାଧାରଣ ପ୍ରଶାସନ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ଆପ୍କୁ ଗୁରୁଲ୍ ପ୍ଲେ’ ଷ୍ଟୋର୍ କିମ୍ବା ଆଇଓଏସ୍ରୁ କେହି ବି ଡାଉନଲୋଡ୍ କରି ଅଭିଯୋଗ କରିପାରିବେ । ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ଲୁଇସ୍ ଆପ୍ ଡାଉନଲୋଡ କରିବା ପରେ ଏଥିରେ ଲଗ୍-ଇନ୍ କରିବାକୁ ପଡ଼ିବ । ଏଥିପାଇଁ ଲଗ୍-ଇନ୍ ଜାଗାରେ ମୋବାଇଲ ନମ୍ବର ଦେବାକୁ ହେବ । ଏହା ପରେ ମୋବାଇଲ୍ ଓଟିପି ଆସିବ । ଏହି ଓଟିପି ଦେଇ ସବ୍ମିଟ୍ କଲେ ଳଗ୍-ଇନ୍ ହୋଇଯିବ । ଏଥିରେ ଥିବା ରିପୋର୍ଟ ଆକ୍ଟିଭିଟି ଉପରେ କ୍ଳିକ୍ କରି ଯେକୌଣସି ଅନାଧିକୃତ ନିର୍ମାଣର ଫଟୋ, ଭିଡିଓ ଉଠାଇ ଏହା ସମ୍ପର୍କରେ କିଛି ଲେଖିକି ପଠାଇ ହେବ । କିଛି ନ ଲେଖିକି ବି ଫଟୋ ଭିଡିଓ ପଠାଇ ହେବ । କର୍ତୃପକ୍ଷଙ୍କ ପାଖରେ ଭିଡିଓ ଫଟୋ ପହଂଚିଗଲେ, ଏକ ମେସେଜ୍ ଆସିଯିବ । ଏହାପରେ ଆଲର୍ଟ ଆଇଡି ଉପରେ କ୍ଲିକ୍ କଲେ ସୂଚନା ଦିଆଯାଇଥିବା ଅବସ୍ଥା ଦୃଶ୍ୟମାନ ହେବ । ଯେଉଁମାନେ ଜବରଦଖଲ ସମ୍ପର୍କରେ ଅଭିଯୋଗ କରିବେ, ସେମାନେ ଜବରଦଖଲ ଜମିର ୫୦ ମିଟର ଦୂରତା ଭିତରେ ଫଟୋ, ଭିଡିଓ ଉଠାଇବାକୁ ହେବ । କିଛି ଲ୍ୟାଣ୍ଡମାର୍କ ଥିଲେ ଏହାକୁ ଫଟୋ ଓ ଭିଡିଓ ମାଧ୍ୟମରେ ରଖିବାକୁ ହେବ । ଜଣେ ବିଭିନ୍ନ ଦିଗରୁ ୪ରୁ ୫ଟି ଫଟୋ ଉଠାଇ ପଠାଇପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଅଭିଯୋଗକାରୀ ଫଟୋ ଉଠାଇଲା ବେଳେ ମୋବାଇଲ୍ ଡାଟା ଅନ୍ ରଖିବାକୁ ହେବ । କାରଣ ଫଟୋଗୁଡ଼ିକ ଜିଓ ଟ୍ୟାଗିଂ ହୋଇଯିବ । ସାଟେଲାଇଟ୍ ଇମେଜ୍ ଏବଂ ଫଟୋ ଉଠାଇଥିବା ସ୍ଥାନର ଲାଟିଚୁ୍ୟଡ ଓ ଳଙ୍ଗିଚୁ୍ୟଡ୍ରୁ ଜବରଦଖଲ ଅଂଚଳର ସବିଶେଷ ବିବରଣୀ ଭୂଲେଖ ୱେବସାଇଟ୍ରୁ ଅସିଯିବ । ଏହାପରେ କର୍ତୃପକ୍ଷଙ୍କ କାମ ଆରମ୍ଭ ହେବ । ଅଭିଯୋଗକାରୀ ପଠାଇଥିବା ଫଟୋ ଓ ଭିଡିଓ ସଂପୃକ୍ତ ୱାର୍ଡର ୱାର୍ଡ ଅଫିସରଙ୍କ ନିକଟକୁ ପଳାଇବ । କିନ୍ତୁ କିଏ ଅଭିଯୋଗ କରିଛନ୍ତି, ସଂପୃକ୍ତ ୱାର୍ଡ ଅଫିସ ଜାଣି ପାରିବେନି । ମୋବାଇଲ୍ ନମ୍ବର ସ୍ଥାନରେ ସିଟିଜେନ୍ ଲେଖା ଆସିବ । ଫଟୋଗୁଡ଼ିକ ଜିଓ ଟ୍ୟାଗିଂ ହୋଇଥିବାରୁ ୱାର୍ଡ ଅଫିସର୍ ଉକ୍ତ ଅଂଚଳର ଅମିନଙ୍କ ମାଧ୍ୟମରେ ଉକ୍ତ ସ୍ଥାନକୁ ପରିଦର୍ଶନ କରିବେ । ରାଜସ୍ୱ ବିଭାଗର ତଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗର ତଥ୍ୟ ଅନୁଯାୟୀ, ଉକ୍ତ ସରକାରୀ ଜମି କାହାକୁ ଆବଂଟନ ହୋଇଛି କି ନାହିଁ, ତାହା ଦେଖିବେ । ଆବଶ୍ୟକସ୍ଥଳେ ମାପଚୁପ କରିବେ । ଯେତିକି ଅଂଚଳ ଜବରଦଖଲ ହୋଇଥିବ, ତାହାକୁ ଉଚ୍ଛେଦ କରିବା ପାଇଁ ଜେଡ୍ଡିସିଙ୍କୁ ଜଣାଇବେ । ଏହାପରେ ଜେଡ୍ଡିସି ଉଚ୍ଛେଦ କରିବେ । ଏହି ସବୁ ପ୍ରକ୍ରିୟାରେ ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯିବ । କେବଳ ଉଚ୍ଚ କର୍ତୃପକ୍ଷ ଅଭିଯୋଗକାରୀଙ୍କ ବିଷୟରେ ଜାଣିପାରିବେ । ଏହି ବ୍ୟବସ୍ଥାରେ ଯେପରି ସ୍ୱଚ୍ଛତା ଆସିପାରିବ, ସେଥିପାଇଁ ଅଭିଯୋଗକାରୀଙ୍କୁ ତାଙ୍କ ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, ତା’ର ତଥ୍ୟ ଦିଆଯିବ । ଏପରିକି ଉଚ୍ଛେଦ ବେଳର ଫଟୋ ବି ପଠାଯିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି ।

Leave A Reply

Your email address will not be published.

eighteen − ten =