ଦୁଇ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ମାମଲା: ୩ ଗିରଫ

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ରାସ୍ତାରେ ଦୁଇ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଲୁଟ ହୋଇଥିବା ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ମଧ୍ୟ ରାସ୍ତା ଉପରେ ଦାଦାଗିରି ଓ ଲୁଟ ଭଳି ମାମଲା ରହିଥିବା ସଦର ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୦ ତାରିଖ ସଂଧ୍ୟା ସମୟରେ ବଲାଙ୍ଗିରର ଦୁଇ ଜଣ ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଓ ଯୁଗଳ କିଶୋର ଝା ଖୁଜେନପାଲି ନିକଟସ୍ଥ କାମାକ୍ଷୀନଗରରେ ନିର୍ମାଣ ଚାଲିଥିବା ଗାୟିତ୍ରୀ ମନ୍ଦିରକୁ ଯାଉଥିଲେ । ବାଟରେ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇ ଠେଙ୍ଗାରେ ଆକ୍ରମଣ କରିଥିଲେ ।  ସେମାନଙ୍କୁ ଠାରୁ ମୋବାଇଲ ଓ ଟଙ୍କା ଲୁଟି ଫେରାର ମାରିଥିଲେ । ଯୁବକ ମାନଙ୍କ ଆକ୍ରମଣରେ ଉଭୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ତୋଫାନ ବାଗ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ଜେଷ୍ଠ ନାଗ, ସାରଥୀ ଜାଲ ଓ ରିଙ୍କୁ ଦୀପକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଲୁଟ ହୋଇଥିବା ମୋବାଇଲ ଜବତ ହୋଇଥିବା ବେଳେ ଅଭିଯୁକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି। ଏହି ୩ ଜଣ ଅଭିଯୁକ୍ତ ବିଜାଖମନର ହୋଇଥିବା ବେଳେ ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଲୁଟ ଅଭିଯୋଗ ରହିଛି । ରାସ୍ତାରେ ଟ୍ରକ ଅଟକାଇ ଆକ୍ରମଣ, ଲୁଟ ଭଳି ସଙ୍ଗିନ ଅଭିଯୋଗ ଏହି ଅଭିଯୁକ୍ତ ମାନଙ୍କ ନାଁରେ ରହିଥିବା ବେଳେ ପୁଲିସ ସେହି ଘଟଣାର ମଧ୍ୟ ତଦନ୍ତ କରୁଥିବା ସୂଚନା ଦେଇଛି ।

Leave A Reply

Your email address will not be published.

2 × three =